ETV Bharat / city

ବାଇକ୍‌କୁ ଧକ୍କା ଦେଲା ଯାତ୍ରାପାର୍ଟି ଟ୍ରକ, 16 ଆହତ - Road accident in cuttack

ଆଠଗଡର କନ୍ତୋଲ ବାରବାଟୀ ପୋଖରୀ ନିକଟରେ ବାଇକ୍‌କୁ ଧକ୍କା ଦେଇ ଓଲଟିଲା ଟ୍ରକ । 16ରୁ ଅଧିକ ଆହତ ହୋଇଥିବା ସୂଚନା ।

Road accident in cuttack
ବାଇକ୍‌କୁ ଧକ୍କା ଦେଲା ଯାତ୍ରା ପାର୍ଟି ଟ୍ରକ, 16 ଆହତ
author img

By

Published : Nov 29, 2019, 8:42 PM IST

କଟକ: ଆଠଗଡର କନ୍ତୋଲ ବାରବାଟୀ ପୋଖରୀ ନିକଟରେ ବାଇକ୍‌କୁ ଧକ୍କା ଦେଇ ଓଲଟିଲା ଟ୍ରକ । 16ରୁ ଅଧିକ ଆହତ ହୋଇଥିବା ସୂଚନା । ଆଠଗଡ ଡାକ୍ତରଖାନାରେ ଭର୍ତ୍ତି । ସେମାନଙ୍କ ମଧ୍ୟରୁ 9 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ।

ବାଇକ୍‌କୁ ଧକ୍କା ଦେଲା ଯାତ୍ରା ପାର୍ଟି ଟ୍ରକ, 16 ଆହତ

ଟ୍ରକଟି ଯାତ୍ରାପାର୍ଟି ସାବିତ୍ରୀ ଗଣନାଟ୍ୟର ଥିବାବେଳେ ଟ୍ରକରେ ଥିବା ସମସ୍ତେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ହୋଇଥିବାରୁ ଗାଡି ଚଳାଚଳ ଠପ୍‌ ହୋଇପଡିଛି ।

ତେବେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାଇକ ଆରୋହୀ ଯୁବକ ଜଣକ ହେଲେ କନ୍ତୋଲ ଗ୍ରାମର ପଙ୍କଜ ସାହୁଙ୍କ ପୁଅ ବଳରାମ ସାହୁ । ସେ ଶ୍ମଶାନକୁ କାଠ ନେଇ ଯାଉଥିବାବେଳେ ସାଲେପୁରରୁ ଯାତ୍ରା ସାରି ସମ୍ବଲପୁର ଅଭିମୁଖେ ଯାଉଥିବା ସାବିତ୍ରୀ ଗଣନାଟ୍ୟ ଟ୍ରକ ବାଇକ ଉପରେ ଚଢି ଯିବାରୁ ଅଘଟଣ ଘଟିଥିଲା । ଦୁର୍ଘଟଣା ଲାଗି ରାସ୍ତା ଜାମ୍‌ ଥିବାରୁ ଆଠଗଡ ପୋଲିସ ହରାଡାଗହିର ଛକ ଠାରେ ଉପସ୍ଥିତ ରହି ବେଣ୍ଟପଦା ଦେଇ ଯିବାକୁ ଲୋକଙ୍କୁ ପରାମର୍ଶ ଦେଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଠଗଡ଼ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାର କନ୍ତୋଲ ବାରବାଟୀ ପୋଖରୀ ନିକଟରେ ଏକ ବାଇକ କୁ ଧକ୍କା ଦେଲା ଟ୍ରକ।ଫଳରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଶାବିତ୍ରୀ ଗଣନାଟ୍ୟ ଟ୍ରକ ‌।ଟ୍ରକରେ ଯାଉଥିବା ୧୬ ରୁ ଉର୍ଧ ବ୍ୟକ୍ତି ଙ୍କ ସମେତ ବାଇକ ରେ ଥିବା ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି।ସମସ୍ତ ଆହାତ ମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ସହାୟତାରେ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି ।ସେଥିମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ରାସ୍ତା ମଝିରେ ଟ୍ରକଟି ଓଲଟି ପଡିଥିବାରୁ ପୁରୁଣା କଟକ ସମ୍ବଲପୁର ରାସ୍ତା ରେ ଗାଡ଼ି ଚଳାଚଳ ଠପ୍ ହୋଇପଡିଛି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାଇକ ଆରୋହୀ ଯୁବକ ଜଣକ ହେଲେ କନ୍ତୋଲ୍ ଗ୍ରାମର ପଙ୍କଜ ସାହୁଙ୍କ ପୁଅ ବଳରାମ ସାହୁ ।ସେ ସ୍ମଶାନକୁ କାଠ ନେଇ ଯାଉଥିବା ବେଳେ ସାଲେପୁର ରୁ ଯାତ୍ରା ସାରି ସମ୍ବଲପୁର ଅଭିମୁଖେ ଯାଉଥିବା ଶାବିତ୍ରୀ ଗଣନାଟ୍ୟ ଟ୍ରକ ବାଇକ ଉପରେ ଚଢି ଯିବାରୁ ଅଘଟଣ ଘଟିଥିଲା ।ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଉପରେ ଟ୍ରକ ପଡି ରହିଛି।ଆଠଗଡ ପୋଲିସ ହରାଡାଗହିର ଛକ ଠାରେ ଉପସ୍ଥିତ ରହି ବେଣ୍ଟପଦା ଦେଇ ଯିବାକୁ ଲୋକଙ୍କୁ ପରାମର୍ଶ ଦେଉଛିନ୍ତି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.