ETV Bharat / city

ସରିଲା କଟକ UPD କ୍ରିକେଟ ପ୍ରିମିୟର ଲିଗ, ବାଜି ମାରିଲା RO ଟିମ - ଯୁପିଡି କ୍ରିକେଟ ପ୍ରିମିୟର ଲିଗ

କଟକ ୟୁପିଡ଼ି କ୍ରିକେଟ ପ୍ରିମିୟର ଲିଗ ଶେଷ ହୋଇଛି । ଫାଇନାଲ ମ୍ୟାଚରେ କଟକ ପୋଲିସ ସ୍ପେଶାଲ ସ୍କ୍ବାର୍ଡକୁ ହରାଇ ଫାଇନଲ ଟ୍ରଫି ହାତେଇଛି ପୋଲିସ ଆରଓ ଟିମ । ଅଧିକ ପଢନ୍ତୁ

ବାଜି ମାରିଲା  RO ଟିମ
ବାଜି ମାରିଲା RO ଟିମ
author img

By

Published : Apr 20, 2022, 1:02 PM IST

କଟକ: କଟକ ୟୁପିଡ଼ି କ୍ରିକେଟ ପ୍ରିମିୟର ଲିଗ ଶେଷ ହୋଇଛି । ଫାଇନଲ ମ୍ୟାଚରେ କଟକ ପୋଲିସ ସ୍ପେଶାଲ ସ୍କ୍ବାର୍ଡକୁ ହରାଇ ଫାଇନାଲ ଟ୍ରଫି ହାତେଇଛି ପୋଲିସ ଆରଓ ଟିମ । 5 ଦିନ ଧରି ଚାଲିଥିଲା ଏହି ଲିଗ ।

ଏହି ଲିଗରେ ରୋମାଞ୍ଚକର ଫାଇନାଲ ମୁକାବିଲା ଦେଖିବାକୁ ମିଳିଥିଲା । ଚିତାକର୍ଷକ ଫାଇନାଲ ମୁକାବିଲାରେ 12 ଓଭରରେ ବିଶାଳ 158 ରନର ବିଜୟ ଲକ୍ଷ୍ୟକୁ ପାର କରିବାରେ ବିଫଳ ହୋଇଥିଲା ସ୍ପେଶାଲ ସ୍କ୍ବାର୍ଡ । ଯାହା ଫଳରେ ଏହି ବୃହତ ବିଜୟ ହାସଲ କରିଛି ଟିମ ଆରଓ । 15 ତାରିଖରୁ ଆରମ୍ଭ ହୋଇଥିବା ଏହି ମୁକାବିଲାରେ ମୋଟ 8ଟି ଟିମ ଭାଗ ନେଇଥିଲେ । 5 ଏସିପି ଜୋନ, ଟ୍ରାଫିକ, ସ୍ପେଶାଲ ସ୍କ୍ବାର୍ଡ ଓ ଆରଓ ଟିମଙ୍କ ମଧ୍ୟରେ ହୋଇଥଲା କଡା ଟକ୍କର । ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛି ଆରଓ ଟିମ ।

ସରିଲା କଟକ UPD କ୍ରିକେଟ ପ୍ରିମିୟର ଲିଗ

ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ରହିଥିଲା କର୍ମମୟ ଜୀବନ ମଧ୍ୟରେ ସମାନ୍ୟ ଖୁସି ବାଣ୍ଟିବା । ସମସ୍ତଙ୍କ ମଧ୍ୟରେ ଏକତା ଆଣିବାକୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଆଗକୁ ମଧ୍ୟ ଏହି ପ୍ରତିଯୋଗିତା ଜାରି ରହିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.