ETV Bharat / city

ଆଗକୁ କାଳୀପୂଜା, ବସିଲା ଶାନ୍ତି କମିଟିର ବୈଠକ

author img

By

Published : Oct 17, 2022, 9:20 AM IST

ଚଳିତ ବର୍ଷ ବିନା କଟକଣାରେ ମା'ଙ୍କର ପୂଜା ଅନୁଷ୍ଠିତ ହେବ । ଏନେଇ କଟକରେ ଶାନ୍ତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ବସିଲା ଶାନ୍ତି କମିଟି ପକ୍ଷରୁ ବୈଠକ
ବସିଲା ଶାନ୍ତି କମିଟି ପକ୍ଷରୁ ବୈଠକ

କଟକ: ପାଖେଇ ଆସୁଛି କାଳୀପୂଜା(Kali puja) । ଚଳିତବର୍ଷ ବିନା କଟକଣାରେ ମା'ଙ୍କର ପୂଜା ଅନୁଷ୍ଠିତ ହେବ । ଏନେଇ କଟକରେ ଗତକାଲି(ରବିବାର) ଶାନ୍ତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଛି । ଏହି ବୈଠକରେ ଅନେକ ପୂଜା କମିଟି, ମେୟର, ଜିଲ୍ଲାପାଳ ଓ କଟକ ଡିସିପି ଯୋଗଦେଇଥିଲେ ।

ବସିଲା ଶାନ୍ତି କମିଟି ପକ୍ଷରୁ ବୈଠକ

କଟକରେ ଧୁମଧାମରେ ପାଳନ ହେବ ଚଳିତ ବର୍ଷ କାଳୀପୂଜା । 2019 ପରି ଚଳିତବର୍ଷ କାଳୀପୂଜା ଖୁବ ଜାକଜକମରେ କଟକରେ ପାଳିତ ହେବ । ମୋଟ 75ଟି ମଣ୍ଡପରେ ପୂଜା ପାଇବେ ମାଆ କାଳୀ । ଚଳିତମାସ 24 ତାରିଖରୁ ଆରମ୍ଭ ହେବ ମାଆଙ୍କ ପୂଜା । 28 ତାରିଖରେ ମା’ଙ୍କ ହେବ ଭସାଣି ଉତ୍ସବ । ଯେପରି ଦୁର୍ଗା ପୂଜା ସମୟରେ କଟକରେ ଭସାଣି ପାଇଁ ଏକ ସ୍ୱତନ୍ତ୍ର ରୁଟ ସ୍ଥିର ହୋଇଥିଲା ସେହିପରି ମା’ କାଳୀଙ୍କ ଭସାଣି ଅନୁଷ୍ଠିତ ହେବ । ସବୁ ମେଢ଼ ଦେବୀଗଡାରେ ବିସର୍ଜନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ତେବେ କାଳୀ ପୂଜା କୋଭିଡ କାରଣରୁ ଦୀର୍ଘ ଦୁଇ ବର୍ଷ ଧରି ମଣ୍ଡପ ପୂଜାରେ ବାଧା ଉପୁଜିଥିଲା । କିନ୍ତୁ ଚଳିତବର୍ଷ ଏହାକୁ ଧୁମଧାମରେ ପାଳନ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନେଇ କହିଛନ୍ତି ଶାନ୍ତି କମିଟି ସଭାପତି ।

ଏହା ମଧ୍ୟ ପଢନ୍ତୁ: ଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧୀ ବିଜ୍ଞାପନ

ଏନେଇ ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ନାଥ ସାହୁ କହିଛନ୍ତି ଯେ," ଆଜି ଶାନ୍ତି କମିଟି ନେଇ ବୈଠକ କରାଯାଇଛି । ଆସନ୍ତା 24 ତାରିଖରେ ମାଆ କାଳୀଙ୍କର ପୂଜା ହେବ । 24 ରୁ 27 ତାରିଖ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ଏବଂ 28 ତାରଖରେ ଭସାଣ କରାଯିବ । ଏନେଇ ଆଗରୁ ଥରେ ବୈଠକ କରାଯାଇଥିଲା । ଆଜି ପୂର୍ଣ୍ଣାଙ୍ଗ ବୈଠକ ହୋଇଛି । 2019 ମସିହାର ନିୟମ ଅନୁସାରେ ପୂଜା କରାଯିବ । ଏହାପରେ ଜିଲ୍ଲାପ୍ରଶାସନ ଏବଂ ପୋଲିସ ପ୍ରଶାସନର ବୈଠକ କରାଯିବ । ହାରାହାରି 75 ମଣ୍ଡପରେ ପୂଜା ହେବ । ଚଳିତ ବର୍ଷ ଦଶହରା ପୂଜା ଭଳି କାଳୀପୂଜା ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ଶେଷହେବ ବୋଲି ଆଶା କରୁଛୁ । ପରମ୍ପରା ଅନୁସାରେ ହିଁ ମାଙ୍କର ପୂଜା ସହ ମେଲଣ ମଧ୍ୟ ହେବ । ଆମେ ରାତି 12ଟା ପର୍ଯ୍ୟନ୍ତ ମାଇକ ବଜାଇବା ପାଇଁ ଅନୁମତି ମାଗିଛୁ ।"

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.