ETV Bharat / city

କେବେ ଦୂର ହେବ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧ୍ୟାପକ ସମସ୍ୟା ! - ରେଭେନ୍ସା ବିଶ୍ୱବିଦ୍ୟାଳୟ

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ସଙ୍କଟ । ୭୦ ଜଣ ସ୍ଥାୟୀ ଅଧ୍ୟାପକଙ୍କ ଦ୍ଵାରା ଚାଲିଛି ବିଶ୍ବବିଦ୍ୟାଳୟର ପାଠପଢା । ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗ ପାଇଁ ୩୮୫ ଜଣ ଅଧ୍ୟାପକ ଆବଶ୍ୟକତା ରହିଥିବାବେଳେ ଗେଷ୍ଟ ଫାକଲ୍ଟି ନେଇ ଚାଲିଛି ପାଠପଢା । ଅଧିକ ପଢନ୍ତୁ...

କେବେ ଦୂର ହେବ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧ୍ୟାପକ ସମସ୍ୟା !

author img

By

Published : Jul 9, 2021, 2:58 PM IST

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ସଙ୍କଟ । ୭୦ ଜଣ ସ୍ଥାୟୀ ଅଧ୍ୟାପକଙ୍କ ଦ୍ଵାରା ଚାଲିଛି ବିଶ୍ବବିଦ୍ୟାଳୟର ପାଠପଢା । ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗ ପାଇଁ ୩୮୫ ଜଣ ଅଧ୍ୟାପକ ଆବଶ୍ୟକତା ରହିଥିବାବେଳେ ଗେଷ୍ଟ ଫାକଲ୍ଟି ନେଇ ଚାଲିଛି ପାଠପଢା । ୨୦୦୬ ମସିହାରୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଛି ରେଭେନ୍ସା । ଐତିହାସିକ ବିଶ୍ବବିଦ୍ୟାଳୟରେ ଗୁରୁତର ଭାବେ ଦେଖାଦେଇଛି ଅଧ୍ୟାପକ ସଙ୍କଟ । ବିଶ୍ବବିଦ୍ୟାଳୟ ହେବାପରେ ରେଭେନ୍ସାରେ ୩୪ଟି ସ୍ନାତକ ବିଭାଗ, ୩୬ ଟି ସ୍ନାତକୋତ୍ତର ବିଭାଗ, ୨୪ ଟି ଏମଫିଲ ଓ ପିଏଚଡି ପାଠ୍ୟକ୍ରମ ରହିଛି । ଏଥିପାଇଁ ୩୮୫ରୁ ଅଧିକ ଅଧ୍ୟାପକ ଆବଶ୍ୟକ ରହିଥିବାବେଳେ ଅଛନ୍ତି ମାତ୍ର ୭୦ ଜଣ ସ୍ଥାୟୀ ଅଧ୍ୟାପକ । ଦୀର୍ଘବର୍ଷ ଧରି ବାକି ପଡିଥିବା ପଦବୀ ପୂରଣ ହୋଇପାରୁ ନାହିଁ ।

କେବେ ଦୂର ହେବ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧ୍ୟାପକ ସମସ୍ୟା !

୨୦୧୪ରୁ ଅଧ୍ୟାପକ ନିଯୁକ୍ତିକୁ ନେଇ ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପାଇଥିଲେ ବି ନ୍ୟାୟିକ ସମସ୍ୟା ଯୋଗୁଁ ଏହା ପୂରଣ ହୋଇପାରି ନଥିଲା । ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଉଥିବା ନିଯୁକ୍ତି ବିଜ୍ଞପ୍ତିରେ ଅନିୟମିତତା ରହିଥିବା ନେଇ ଅଦାଲତରେ ମାମଲା ରୁଜୁ ହୋଇଥିଲା । ତେବେ ୨୦୧୪ରେ ପ୍ରକାଶ ପାଇଥିବା ବିଜ୍ଞାପନକୁ ୨୦୧୮ରେ ଅଦାଲତ ରଦ୍ଦ କରିଥିଲେ । ଏହାପରେ ୨୦୧୮ରେ ୟୁଜିସି ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟରେ ନୂଆ ନିଯୁକ୍ତି ପ୍ରକ୍ରିୟାକୁ ଏକ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରଖାଯାଇଥିଲା । ପରେ ୨୦୨୦ ଜାନୁଆରୀରେ ଆବଶ୍ୟକ ଥିବା ସମସ୍ତ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ମାତ୍ର କୋରୋନା ସମୟରେ ଅର୍ଥାତ ଗତବର୍ଷ ସେପ୍ଟେମ୍ବରରେ ଓଡିଶା ଆମେଣ୍ଡମେଣ୍ଟ ଆକ୍ଟ ୨୦୨୦ ରେ ଅଧ୍ୟାପକ ନିଯୁକ୍ତିରେ ପରିବର୍ତ୍ତନ କରାଯାଇଥିଲା।

ଏଥିରେ ବିଶ୍ବବିଦ୍ୟାଳୟ ବଦଳରେ ସରକାର ନୂଆ ଅଧ୍ୟାପକ ନିଯୁକ୍ତି ଓଡିଶା ଲୋକସେବା ଆୟୋଗ ଦ୍ବାରା କରିବେ ବୋଲି ନୂଆ ନିୟମ କରିଲେ । ତେବେ ଏହି ପ୍ରକ୍ରିୟା ଖୁବଶୀଘ୍ର ଶେଷକରି ଅଧ୍ୟାପକ ନିଯୁକ୍ତି କରିବାକୁ ଦାବି କରିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ସମ୍ପାଦକ।

କେବଳ ରେଭେନ୍ସା ବିଶ୍ବବିଦ୍ୟାଳୟ ନୁହେଁ ବରଂ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ବିଭିନ୍ନ କଲେଜରେ ସମାନ ଅବସ୍ଥା। ତେବେ ଖୁବଶୀଘ୍ର ଅଧ୍ୟାପକ ନିଯୁକ୍ତି କରାନଗଲେ ଶିକ୍ଷା ବ୍ୟବସ୍ଥାରେ ଏହା ବୃହତ ପ୍ରଭାବ ପଡିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.