କଟକ : ଶିକ୍ଷାର ବ୍ୟବସାୟୀକରଣ କରୁଛନ୍ତି ରାଜ୍ୟ ସରକାର। ଯାହାଫଳରେ ଏବେ ସେଲ୍ଫ ଫାଇନାନ୍ସିଂ କୋର୍ସକୁ ରେଗୁଲାର ନକରି ବନ୍ଦ କରୁଛନ୍ତି । ଯାହାକୁ ବିରୋଧ କରି କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଅଖିଳ ଭାରତ ଛାତ୍ର ସଂଘ । ସେଲ୍ଫ ଫାଇନାନ୍ସିଂ କୋର୍ସ ବନ୍ଦ ହେଲେ ଆର୍ଥିକ ଦୁର୍ବଳ ଥିବା ଛାତ୍ରଛାତ୍ରୀ ଏହି ଶିକ୍ଷାରୁ ବଞ୍ଚିତ ହେବେ ବୋଲି ପ୍ରଦର୍ଶନକାରୀ ଛାତ୍ରଛାତ୍ରୀ କହିଛନ୍ତି ।
ଶିକ୍ଷାର ଘରୋଇକରଣ କରିବା ଉଦ୍ଦେଶ୍ୟ ରଖି ରାଜ୍ୟସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏହି ପଦକ୍ଷେପ ଗ୍ରହଣ କରୁଛି ବୋଲି ଅଭିଯୋଗ କରିଛନ୍ତି ପ୍ରଦର୍ଶନକାରୀ । ତେବେ ସରକାର ତୁରନ୍ତ ଏହି ନିଷ୍ପତ୍ତିରୁ ଓହରିବା ସହ ସେଲ୍ଫ ଫାଇନାନ୍ସିଂ କୋର୍ସକୁ ରେଗୁଲାର କରିବା ପାଇଁ ଛାତ୍ର ସଂଘ ଦାବି କରିଛି । ଏ ନେଇ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ମଧ୍ୟ ଏକ ଦାବିପତ୍ର ଦିଆଯାଇଛି ।
ଇଟିଭି ଭାରତ, କଟକ