କଟକ: ଅଧ୍ୟାପକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଓପିଏସସିକୁ ଦେଇଥିବା ଅଧିକାର ସମ୍ପୂର୍ଣ୍ଣ ବେଆଇନ। ଏହି ଅଧିକାରରୁ ନିବୃତ୍ତ ରହିବା ପାଇଁ ଓପିଏସସିକୁ ସ୍ମାରକ ପତ୍ର ମାଧ୍ୟମରେ ଦାବି କରିଛି ରେଭେନ୍ସା ବିକାଶ ଅଭିଯାନ ।
ଓପିଏସସି କେବଳ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦିଏ । ସମ୍ବିଧାନର ଧାରା ୩୨୦ ଅନୁଯାୟୀ ବିଶ୍ବବିଦ୍ୟାଳୟରେ ଓପିଏସସିର ନିଯୁକ୍ତି ପ୍ରସଙ୍ଗଟି ସମ୍ପୂର୍ଣ୍ଣ ଭାବେ ଆସିଦ୍ଧ।
ସରକାରଙ୍କ ଏହି ବେଆଇନ ଦାୟିତ୍ବକୁ ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଫେରାଇ ଦେବାକୁ ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ ଦାବି କରାଯାଇଛି । ଆବଶ୍ୟକ ପଡ଼ିଲେ ରେଭେନ୍ସା ଅଭିଯାନ ଜନସ୍ୱାର୍ଥ ମାମଲା କରିବ ବୋଲି ଚେତାବନୀ ଦେଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ