ETV Bharat / city

ଏସସିବିରେ ବିରଳ ଅସ୍ତ୍ରପୋଚାର: ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ରୋଗୀକୁ ମିଳିଲା ନୂଆ ଜୀବନ

କଟକ ଏସସିବିରେ ବିରଳ ଅସ୍ତ୍ରପୋଚାର । ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇ ମାଢ଼ି ଓ ଦାନ୍ତ ହରାଇଥିବା ମହିଳାଙ୍କର ସଫଳ ଅସ୍ତ୍ରପୋଚାର କରାଯାଇଛି । ଅଧିକ ପଢନ୍ତୁ

ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ରୋଗୀକୁ ନୂଆ ଜୀବନ ଦେଲେ ଡାକ୍ତରv Bharat
ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ରୋଗୀକୁ ନୂଆ ଜୀବନ ଦେଲେ ଡାକ୍ତରtv Bharat
author img

By

Published : Aug 5, 2022, 9:09 PM IST

କଟକ: ଡାକ୍ତର ହେଉଛନ୍ତି ଭଗବାନ ସଦୃଶ । ମାରାତ୍ମକ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ମହିଳାଙ୍କ ଏସସିବିରେ ସଫଳ ଅସ୍ତ୍ରପୋଚାର କରାଯାଇଛି । ବ୍ଲାକ ଫଙ୍ଗସରେ ମାଢ଼ି ଓ ଦାନ୍ତ ହରାଇ ଏକ ପ୍ରକାର ଭିନ୍ନକ୍ଷମ ହୋଇପଡ଼ିଥିବା ମହିଳା ରୋଗୀର ଏସସିବି ସର୍ଜରୀ ବିଭାଗରେ ସଫଳ ମାଢ଼ି ପ୍ରତିରୋପଣ କରାଯାଇଛି । ପୋଷ୍ଟ ବ୍ଲାକ ଫଙ୍ଗସ ସର୍ଜରୀ କ୍ଷେତ୍ରରେ ଏହା ପ୍ରଥମ ଘଟଣା ।

ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ରୋଗୀକୁ ନୂଆ ଜୀବନ ଦେଲେ ଡାକ୍ତର

କୋଭିଡର ଦ୍ୱିତୀୟ ଲହରରେ ଆକ୍ରାନ୍ତ ହୋଇଥିବା ଏହି ରୋଗୀ ଜୁଲାଇରେ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ମାଢ଼ି ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା । ବିଭାଗୀୟ ମୁଖ୍ୟ ଡାକ୍ତର ବିଭୂତି ନାୟକଙ୍କ ନେତୃତ୍ବରେ ଏକ 4ଜଣିଆ ଡାକ୍ତରୀ ଟିମ୍ 7 ଘଣ୍ଟାର ଜଟିଳ ଅସ୍ତ୍ରୋପଚାର କରି ସଫଳ ମାଢ଼ି ପ୍ରତିରୋପଣ କରିଛନ୍ତି । ଏବେ ରୋଗୀ ଜଣକ ସୁସ୍ଥ ଅଛନ୍ତି । 3ମାସ ପରେ ତାଙ୍କର ଦାନ୍ତ ପ୍ରତିରୋପଣ କରାଯିବ ବୋଲି ଡାକ୍ତର କହିଛନ୍ତି ।

ଡାକ୍ତର ବିଭୂତି ଭୂଷଣ ନାୟକ କହିଛନ୍ତି ଯେ, "ବ୍ଲାକ ଫଙ୍ଗସ ଭୁତାଣୁ ଅତି ମାରାତ୍ମକ । ଶରୀରର ଯେଉଁ ଭାଗରେ ଏହା ସଂକ୍ରମିତ ହୁଏ ସେହି ଭାଗଟି ସମ୍ପୂର୍ଣ ନଷ୍ଟ ହୋଇଯାଉଥିଲା । ଓଡ଼ିଶାରେ ପ୍ରାୟ 15ରୁ ଉର୍ଦ୍ଧ ଏହି ରୋଗୀ ଚିହ୍ନଟ ହୋଇଥିବା ବେଳେ ଏକାଧିକଙ୍କର ମୃତ୍ୟୁ ହୋଇଥିଲା । ମେ ମାସରେ କୋଭିଡ଼ରେ ପୀଡ଼ିତ ମିନା କୁମାରୀ ଜୁଲାଇରେ ଏହି ରୋଗରେ ସଂକ୍ରମିତ ହୋଇଥିବା ବେଳେ ତାଙ୍କ ମାଢ଼ି, ଦାନ୍ତ ସମ୍ପୂର୍ଣ ନଷ୍ଟ ହୋଇଗଲା । ସେହି ପରିସ୍ଥିତିରେ ସେ ଖାଇ ପାରୁନଥିଲେ କି କଥା ହୋଇପାରିନଥିଲେ । କିନ୍ତୁ ଆଜି ସେ ନୂଆ ଜୀବନ ପାଇଛନ୍ତି । ମୁଁହର ପୂର୍ବ ସ୍ଥିତି ମଧ୍ୟ ଫେରୁଛି ।"

3ମାସ ପରେ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ସର୍ଜରୀ କରାଯାଇ ଦାନ୍ତ ଲଗାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ଥିତି । ସେପଟେ ନୂତନ ଜୀବନ ପାଇ ରୋଗୀ ସହ ପରିବାର ଲୋକ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.