ETV Bharat / city

ନାବାଳିକାକୁ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ - ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରି ଜଣେ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ । ୨ ଜଣଙ୍କ ନାମରେ ଏତଲା ପରେ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ନାବାଳିକାଙ୍କୁ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ

author img

By

Published : Sep 11, 2021, 10:24 AM IST

କଟକ: ଦିନକୁ ଦିନ ସୀମା ଲଙ୍ଘୁଛି ବର୍ବରତା । ମାନବିକତା ହରାଉଛନ୍ତି କେତେକ ପଥଭ୍ରଷ୍ଠ ଯୁବପିଢି । ଏହି ପରିପ୍ରେକ୍ଷୀରେ କଟକରୁ ଆସିଛି ଆଉ ଏକ ସମ୍ବେଦନଶୀଳ ଖବର । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସମ୍ପୃକ୍ତ ଯୁବକକୁ ଗିରଫ କରିଛି ପୋଲିସ ।

ନାବାଳିକାଙ୍କୁ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ କଟକର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ୨ ଯୁବକ । ଏପରିକି ଦୁଷ୍କର୍ମ ସମୟର ଭିଡିଓ ଉତ୍ତୋଳନ କରି ଅଭିଯୁକ୍ତମାନେ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ କରିଛନ୍ତି । ଏନେଇ ପୀଡ଼ିତା ଜଣକ ଥାନାରେ ଦୁଇ ଜଣ ଅଭିଯୁକ୍ତଙ୍କ ନାମରେ ଏତାଲା ଦାୟର କରିବା ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ମିଳିଥିବା ସୂଚନା ମୁତାବକ ଏକ ନିର୍ଦ୍ଦିଷ୍ଟ କଲେଜରେ ଯୁକ୍ତ ଦୁଇର ଛାତ୍ରୀ ଥିବା ନାବାଳିକାଙ୍କୁ ଗତ ଦିନ ତଳେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ । ପରେ ଦୁଷ୍କର୍ମ ସମୟର ଭିଡ଼ିଓ ଦେଖାଇ ପୀଡ଼ିତାଙ୍କୁ ବ୍ଲାକମେଲ କରିବା ସହ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ । ଏନେଇ ଚାଇଡ୍ଡ ଲାଇନ ସହାୟାତାରେ ପୀଡ଼ିତା ଥାନାରେ ଏତାଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.