ETV Bharat / city

ରଣଜୀ ମହାସମର ଆରମ୍ଭ, ବାରବାଟୀରେ ଖେଳିଲେ ବେଙ୍ଗଲ କ୍ରୀଡାମନ୍ତ୍ରୀ - ବାରବାଟୀ ମଇଦାନରେ ଖେଳିଲେ ବେଙ୍ଗଲ କ୍ରୀଡାମନ୍ତ୍ରୀ

ଅନେକ ବର୍ଷ ପରେ ରେଡ଼ ବଲ କ୍ରିକେଟ ଫେରିଥିବାରୁ ଉଚ୍ଚକୋଟୀର କ୍ରିକେଟ ଦେଖିବା ଅପେକ୍ଷାରେ ରହିଛନ୍ତି କ୍ରିକେଟ ଫ୍ୟାନ୍ସ। କ୍ରିକେଟକୁ ଭଲ ପାଉଥିବା ପ୍ରତିଟି ଖେଳାଳି କେବେ ଏହାକୁ ଛାଡି ପାରିବେ ନାହିଁ । ସେମିତି କିଛି ଚିତ୍ର ଦେଖିବାକୁ ମିଳିଛି ବାରବାଟୀ କିକ୍ରେଟ ଗ୍ରାଉଣ୍ଡରେ । ଅଧିକ ପଢନ୍ତୁ

ବାରବାଟୀ ମଇଦାନରେ ଖେଳିଲେ ବେଙ୍ଗଲ କ୍ରୀଡାମନ୍ତ୍ରୀ

author img

By

Published : Feb 18, 2022, 3:19 PM IST

କଟକ: ଦୁଇ ବର୍ଷ ବ୍ୟବଧାନ ପରେ ପୁଣି ଘରୋଇ ରଣଜୀ ସିଜିନ ଆରମ୍ଭ ହୋଇଛି । ବିସିସିଆଇ ଏଥର ଓଡିଶା କ୍ରିକେଟ ଆସୋସିଏସନକୁ ଏଲିଟ୍ ଗ୍ରୁପ ବି' ର ସମସ୍ତ ମ୍ୟାଚ ଆୟୋଜନ ଦାୟିତ୍ବ ଦେଇଛି । ବାରବାଟୀରେ ବେଙ୍ଗଲ-ବରୋଦା ଓ ବିକାଶ ଗ୍ରାଉଣ୍ଡରେ ହାଇଦ୍ରାବାଦ-ଚଣ୍ଡିଗଡ ମ୍ୟାଚ ଆରମ୍ଭ ହୋଇଛି । ସଂପୂର୍ଣ୍ଣ ବାୟୋବବଲ ବ୍ୟବସ୍ଥା ମଧ୍ୟରେ ଖେଳାଯାଉଛି ମ୍ୟାଚ । ତେବେ ଅନେକ ବର୍ଷ ପରେ ରେଡ଼ ବଲ କ୍ରିକେଟ ଫେରିଥିବାରୁ ଉଚ୍ଚକୋଟୀର କ୍ରିକେଟ ଦେଖିବା ଅପେକ୍ଷାରେ ରହିଛନ୍ତି କ୍ରିକେଟ ଫ୍ୟାନ୍ସ।

ରଣଜୀ ମହାସମର ଆରମ୍ଭ, ବାରବାଟୀରେ ଖେଳିଲେ ବେଙ୍ଗଲ କ୍ରୀଡାମନ୍ତ୍ରୀ

କ୍ରିକେଟକୁ ଭଲ ପାଉଥିବା ପ୍ରତିଟି ଖେଳାଳି କେବେ ଏହାକୁ ଛାଡି ପାରିବେ ନାହିଁ । ଯେ କୌଣସି ପଦବୀରେ ଥାଆନ୍ତୁ ନା କାହିଁକି କ୍ରିକେଟ ପ୍ରତି ଥିବା ଭଲପାଇବା ସବିବେଳେ ଦିଶିଥାଏ । ସେମିତି କିଛି ଚିତ୍ର ଦେଖିବାକୁ ମିଳିଛି ବାରବାଟୀ କିକ୍ରେଟ ଗ୍ରାଉଣ୍ଡରେ । ବେଙ୍ଗଲ ରଣଜୀ ଟିମର ଖେଳାଳି ତଥା ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ ମନୋଜ ତିୱାରୀଙ୍କୁ ଦେଖିବାକୁ ମିଳିଛି ରଣଜୀ ଟ୍ରଫି ମ୍ୟାଚରେ ।

ପିଲାବେଳୁ ମନୋଜଙ୍କ କ୍ରିକେଟ ପ୍ରତି ଦୁର୍ବଳତା ରହିଛି । ୨୦୨୧ ସାଧାରଣ ନିର୍ବାଚନରେ ଶିବପୁର ନିର୍ବାଚନ ମଣ୍ଡଳୀରୁ ଟିଏମସିରୁ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମନୋଜ । ଏହା ପରେ ବି ଖେଳ ଜାରି ରଖିଥିଲେ । ଫଳରେ ତାଙ୍କୁ ବେଙ୍ଗଲ ରଣଜୀ ଟିମରେ ସ୍ଥାନ ମିଳିଥିଲା । ବାଟବାଟୀରେ ବେଙ୍ଗଲର ମଙ୍ଗ ଧରିଛନ୍ତି ମନୋଜ ତିୱାରୀ । ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରୁ ପଦାର୍ପଣ କରିଥିଲେ ମନୋଜ । ୩୬ ବର୍ଷୀୟ ମନୋଜ ଭାରତ ପାଇଁ ମୋଟ ୧୨ଟି ଦିନିକିଆରେ ପ୍ରତିନିଧିତ୍ବ କରିଛନ୍ତି ।

୨୦୧୫ରେ ଜିମ୍ବାୱେ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲେ ମନୋଜ । ବେଙ୍ଗଲ ଟିମକୁ ଅନେକ ସଫଳତା ଦେଇଛନ୍ତି କ୍ରିକେଟର ମନୋଜ । ଗୋଟିଏ ମ୍ୟାଚରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିଲେ ସେଥିରେ ୧୫ ରନ କରିଥିଲେ । ଏହା ପ୍ରଥମ ଥର ଘଟିଛି ଏକ ରାଜ୍ୟର କ୍ରୀଡାମନ୍ତ୍ରୀ ରଣଜୀ ଟ୍ରଫି ଖେଳୁଛନ୍ତି । ବରୋଦା ବିପକ୍ଷରେ ରଣଜୀ ମ୍ୟାଚରେ ବେଙ୍ଗଲ ଟିମରେ ଖେଳୁଛନ୍ତି ମନୋଜ । କ୍ରିକେଟ ପଡିଆରେ ନିଜକୁ ମନ୍ତ୍ରୀ ନୁହେଁ ପ୍ଲେୟାର ଭାବନ୍ତି ମନୋଜ ।

ସଂପୂର୍ଣ୍ଣ ବାୟୋ ବବଲ ବ୍ୟବସ୍ଥା ମଧ୍ୟରେ ମ୍ୟାଚ ହେଉଛି । ବରୋଦା ଦଳରେ କୁନାଲ ପାଣ୍ଡ୍ୟା ଓ କେଦାର ଯାଦବ ଥିବା ବେଳେ ବେଙ୍ଗଲ ଦଳରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ପଶ୍ଚିମବଙ୍ଗ କ୍ରୀଡା ମନ୍ତ୍ରୀ ମନୋଜ ତିୱାରୀ ରହିଛନ୍ତି । କୋଲକାତାର ରାଜ୍ୟ କ୍ରୀଡା ବିଭାଗ ଦାୟିତ୍ୱ ତୁଲାଉଥିବା ସହ ରାଜ୍ୟ କ୍ରୀଡା ବିଭାଗ ସହ ରାଜ୍ୟ କ୍ରିକେଟ ସଙ୍ଘର ଅଧିନାୟକ ଭାରକୁ ବେଶ ସୁଚାର ରୂପେ ତୁଲାଉଛନ୍ତି ସେ । ଓସିଏ, ଖେଳାଳି ଓ ଅଫିସିଆଲମାନଙ୍କ ପାଇଁ କଡା କଟକଣା ଲଗାଇଥିଲେ ସୁଦ୍ଧା ଯୁବ କ୍ରିକେଟର ତଥା ଓଡିଶାର ଦର୍ଶକଙ୍କ ପାଇଁ ପାଭିଲିୟନର ଉପର ମହଲାରୁ ଖେଳ ଦେଖିବାର ଅନୁମତି ଦେଇଛନ୍ତି । ଦର୍ଶକ ମଧ୍ୟ ଷ୍ଟାର ଖେଳାଳି ବିଶେଷ କରି ମନୋଜ ତିୱାରୀଙ୍କ ଖେଳ ଦେଖିବାକୁ ଉତ୍ସାହିତ ଅଛନ୍ତି । କାଗଜ କଲମରେ କମାଲ କରୁଥିବା ବେଙ୍ଗଲ କ୍ରୀଡାମନ୍ତ୍ରୀ ଷ୍ଟାଡିୟମରେ କେତେ କମାଲ କରୁଛନ୍ତି ତାକୁ ଅପେକ୍ଷା ।

ଅନ୍ୟପଟେ ଦୀର୍ଘ ଦିନ ପରେ ରଣଜୀ ସିଜିନ ଆରମ୍ଭ ହେବା ପରେ କ୍ରୀଡା ଜଗତରେ ଖୁସିର ଲହରୀ ଖେଳିଯାଇଛି । କାରଣ ଏହି ଘରୋଇ ସିଜିନରେ ଜାତୀୟ ଦଳ ପାଇଁ ନୂଆ ନୂଆ ଚେହେରା ସାମ୍ନାକୁ ଆସନ୍ତି। ଯାହାଦ୍ୱାରା ମଜଭୁତ ହୁଏ ଟିମ ଇଣ୍ଡିଆର ଭବିଷ୍ୟତ। ଅନ୍ୟପଟେ ଓଡିଶା କ୍ରିକେଟ ସଂଘ ମଧ୍ୟ ଚଳିତବର୍ଷ ରଣଜୀରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି । କାରଣ ଯୁବ ଓ ଅଭିଜ୍ଞ ଦଳ ଗୋଆ ବିପକ୍ଷରେ ଲଢେଇ ଆରମ୍ଭ କରି ବେଶ ଭଲ ପ୍ରଦର୍ଶନ କରିଛନ୍ତି । ତେବେ ଚଳିତ ରଣଜୀ ସିଜିନ ଓଡିଶା ଟିମର ଭାଗ୍ୟ ନିଶ୍ଚୟ ଖୋଲିବ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ । ଓଡିଶା କ୍ରିକେଟରେ ବାସୀମ ଜାଫର ଯୁଗ ଆରମ୍ଭ ହେବ ପରେ ଓସିଏ ଚଳିତବର୍ଷ ରଣଜୀ ସିଜିନରେ ବେଶ ଭଲ ପଦର୍ଶନ କରିବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.