ETV Bharat / city

ପୋଲିସ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ହେଲମେଟ ବଣ୍ଟନ - road safety program

କଟକ ଜିଲ୍ଲାରେ ଜାରି ରହିଛି ସଡ଼କ ସୁରକ୍ଷା ମାସ। ସଡ଼କ ସୁରକ୍ଷା ମାସକୁ ଦୃଷ୍ଟିରେ ରଖି ସୁରକ୍ଷା ଦିଗରେ କମିଶନରେଟ ପୋଲିସ ଅନେକ ପଦକ୍ଷେପ ନେଉଛି । ଅଧିକ ପଢ଼ନ୍ତୁ...

puri ghat police distribute helmet in road safety program
ପୋଲିସ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ହେଲମେଟ ବଣ୍ଟନ
author img

By

Published : Feb 9, 2021, 9:57 PM IST

କକଟ: କଟକ ଜିଲ୍ଲାରେ ଜାରି ରହିଛି ସଡ଼କ ସୁରକ୍ଷା ମାସ। ସଡ଼କ ସୁରକ୍ଷା ମାସକୁ ଦୃଷ୍ଟିରେ ରଖି ସୁରକ୍ଷା ଦିଗରେ କମିଶନରେଟ ପୋଲିସ ଅନେକ ପଦକ୍ଷେପ ନେଉଛି । ଏହି ପରିପ୍ରେକ୍ଷୀରେ ଓଡିଶା ମୋ ପରିବାର ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

ପୋଲିସ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ହେଲମେଟ ବଣ୍ଟନ

ଦୋଳମୁଣ୍ଡାଇ ଛକରେ ପୁରୀଘାଟ ପୋଲିସ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସ୍ଥାନୀୟ ଯୁବଗୋଷ୍ଠୀ ସହଯୋଗ କରିଥିବେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସେଲିବ୍ରିଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପୋଲିସର ଉଦ୍ଦେଶ୍ୟ ଫାଇନ କାଟିବା ନୁହେଁ। ବରଂ ଲୋକଙ୍କୁ ସଜାଗ ଓ ସଚେତନ କରାଇବା ପାଇଁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେବାକୁ ହୁଏ ବୋଲି ପୋଲିସ ଏସିପି ସୂଚନା ଦେଇଛନ୍ତି। ଏହାସହ ସେ ହେଲମେଟ ପିନ୍ଧିବାକୁ ନିବେଦନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରେରଣ କରାଯାଉଛି। ଆଜି(ମଙ୍ଗଳବାର) ଲୋକଙ୍କୁ ହେଲମେଟ ପିନ୍ଧିବା ସହ ନିଜର ସୁରକ୍ଷା ପାଇଁ ଟ୍ରାଫିକ ନିୟମ ମାନବାକୁ ବାର୍ତ୍ତା ଦିଆଯାଇଛି। ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ଏହାସତ୍ତ୍ବେ କେତେକ ଲୋକ ଟ୍ରାଫିକ ନିୟମ ପ୍ରତି ଅବହେଳା କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ପୋଲିସ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଉଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.