ETV Bharat / city

ପୁରୀ ହାଜତ ମୃତ୍ୟୁ ମାମଲା, ହାଇକୋର୍ଟରେ ଆଜି ହେବ ଶୁଣାଣି

author img

By

Published : Mar 18, 2021, 9:37 AM IST

ଚର୍ଚ୍ଚିତ ପୁରୀ ହାଜତ ମୃତ୍ୟୁ ମାମଲାରେ ଆଜି ହାଇକୋର୍ଟରେ ହେବ ଶୁଣାଣି । ଏନେଇ ଗତ ଜାନୁଆରୀ ୨୭ ତାରିଖରେ ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଅଦାଲତରେ ରିଜେଣ୍ଡର ଦାଖଲ କରଯାଇଥିଲା । ଅଧିକ ପଢନ୍ତୁ....

ପୁରୀ ହାଜତ ମୃତ୍ୟୁ ମାମଲା, ହାଇକୋର୍ଟରେ ଆଜି ହେବ ଶୁଣାଣି
ପୁରୀ ହାଜତ ମୃତ୍ୟୁ ମାମଲା, ହାଇକୋର୍ଟରେ ଆଜି ହେବ ଶୁଣାଣି

କଟକ: ଆଜି ହାଇକୋର୍ଟରେ ପୁରୀ ହାଜତ ମୃତ୍ୟୁ ମାମଲାର ହେବ ଶୁଣାଣି । ଗତ ଜାନୁଆରୀ ୨୭ ତାରିଖରେ ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଅଦାଲତରେ ରିଜେଣ୍ଡର ଦାଖଲ କରଯାଇଥିଲା । ମୃତକ କେ ରମେଶଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା କେସ ନମ୍ବର ୩୧୮/୨୦୨୦ରେ ଏତଲା ବିବରଣୀରେ ଟାମ୍ପରିଂ ହୋଇଥିବା ଏହି ରିଜେଣ୍ଡରରେ ଅଭିଯୋଗ କରିଥିଲେ ଆବେଦନକାରୀ । ଏହାର ଜବାବ ଷ୍ଟାଟସ ରିପୋର୍ଟ ମାଧ୍ୟମରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ତା ପୂର୍ବରୁ ଜାନୁଆରୀ ୧୧ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ପୁରୀ ଏସପି କନୌର ବିଶାଲ ସିଂଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରଯାଇଥିଲା । ଏହା ହାଜତ ମୃତ୍ୟୁ ନୁହେଁ ବୋଲି ଏହି ସତ୍ୟପାଠରେ ଦର୍ଶାଇଥିଲେ ପୁରୀ ଏସପି । ଏହା ସହ ଆବେଦନ ହୋଇଥିବା ଏହି ଜନସ୍ବାର୍ଥ ମାମଲା ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ଦର୍ଶାଇଥିଲେ । ପୁରୀ ଏସପିଙ୍କ ପକ୍ଷରୁ ହାଇକୋର୍ଟରେ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରାଯାଇଥିଲା । ପୂର୍ବରୁ ପୁରୀ ଏସପି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଉଭୟ ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟିକୁ ଏହି ଘଟଣା ଆସିଛି ।

ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ପୁରୀ ଜେଏମଏଫସି ଘଟଣାର ତଦନ୍ତ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରାଯାଇଥିବା କଥା ମଧ୍ୟ ପୂର୍ବରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।

ସୂଚନାଯୋଗ୍ୟ ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ,ଉପଯୁକ୍ତ କ୍ଷତିପୂରଣ ସହ,ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପାର୍ଥନା କରିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ,ଗୃହ ସଚିବ,ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.