ETV Bharat / city

ପାର୍ବଣରେ ଅପରିଷ୍କାର ରାସ୍ତାଘାଟ, ସରକାରଙ୍କ ଉପରେ ବର୍ଷିଲେ ପୂଜା କମିଟି ସଦସ୍ୟ - ସହଯୋଗ କରୁନାହାନ୍ତି ସରକାର

ଦଶହରା ପୂଜା ପାଇଁ ସରକାର ନିୟମକୁ ମାନିଛନ୍ତି ସମସ୍ତ ପୂଜା କମିଟି । କିନ୍ତୁ ସରକାର ସେମାନଙ୍କୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ପାର୍ବଣରେ ଅପରିଷ୍କାର ରାସ୍ତାଘାଟ, ସରକାରଙ୍କ ଉପରେ ବର୍ଷିଲେ ପୂଜା କମିଟି ସଦସ୍ୟ

author img

By

Published : Oct 12, 2021, 8:56 PM IST

କଟକ: ଆଜିଠାରୁ ଆରମ୍ଭ ହୋଇଛି ଦଶହରା ପର୍ବ। ସମସ୍ତ ମଣ୍ଡପରେ କୋଭିଡ଼ ନିୟମ ମାନି ପୂଜା କରାଯାଉଛି । ବିଶେଷକରି ବିନା ଭକ୍ତରେ ମା'ଙ୍କ ପୂଜା କରାଯାଉଛି । ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଚଳିତବର୍ଷ ଦଶହରା ପର୍ବ ପାଳନ କରାଯାଉଛି । ତେବେ ସରକାର ପୂଜା କମିଟିକୁ ସାହାଯ୍ୟ କରୁନଥିବା ଅଭିଯୋଗ ହୋଇଛି ।

ପାର୍ବଣରେ ଅପରିଷ୍କାର ରାସ୍ତାଘାଟ, ସରକାରଙ୍କ ଉପରେ ବର୍ଷିଲେ ପୂଜା କମିଟି ସଦସ୍ୟ

ଏପରିକି ପୂଜା ପୂର୍ବରୁ ସହରରେ ଥିବା ମଣ୍ଡପ ପାଖରେ ଠିକ ଭାବରେ ସଫେଇ କରାଯାଉନଥିବା ଅଭିଯୋଗ କରିଛନ୍ତି କଟକ ଶାନ୍ତି କମିଟିର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ଦାଶ । ସରକାରଙ୍କ ପକ୍ଷରୁ କୌଣସି ସହାୟତା କରାଯାଉନାହିଁ । ସରକାରଙ୍କ ସମସ୍ତ ନିୟମ ମାନି ସରକାରଙ୍କୁ ପୂଜା କମିମାନେ ସାହାଯ୍ୟ କରିଥିବାବେଳେ ସରକାର ଅସହଯୋଗ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ମଣ୍ଡପରେ ଆସନ୍ତାକାଲି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବ । ମହାଷ୍ଟମୀରେ ସମସ୍ତ ମହିଳାମାନେ ବ୍ରତ ରଖିଥାନ୍ତି। ଏହି ପରିପ୍ରେକ୍ଷୀରେ ମହିଳାମାନେ ମଣ୍ଡପ ଆସି ବ୍ରତ କରିଥାଆନ୍ତି । ତେବେ ସରକାରଙ୍କ ନିୟମ ମାନି ମଣ୍ଡପ ନ ଆସିବାକୁ ପୂଜା କମିଟି ପକ୍ଷରୁ ନିବେଦନ କରାଯାଇଛି । ଘରେ ରହି ବ୍ରତ ପାଳନ କରିବାକୁ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି ପୂଜା କମିଟି କର୍ମକର୍ତ୍ତା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.