ETV Bharat / city

ଦେଢ ଶହ କୋଟି ବ୍ୟୟରେ କାଠଯୋଡି-କୁଆଖାଇରେ ନିର୍ମାଣ ହେବ ବ୍ୟାରେଜ !

author img

By

Published : Mar 26, 2021, 5:27 PM IST

କାଠଯୋଡି ଓ କୁଆଖାଇର ଉତ୍ପତିସ୍ଥଳରେ ଏକ ବ୍ୟାରେଜ ନିର୍ମାଣ ପାଇଁ କଟକ ଜିଲ୍ଳାପାଳଙ୍କ ଜରିଆରେ ସରକାରଙ୍କୁ ପ୍ରସ୍ତାବ ଦେଲେ ପୂର୍ବତନ ବିଧାୟକ । ଅଧିକ ପଢନ୍ତୁ...

କାଠଯୋଡି-କୁଆଖାଇରେ ବ୍ୟାରେଜ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ

କଟକ: କଟକରେ ଆଉ ଏକ ବ୍ୟାରେଜ ନିର୍ମାଣ ପାଇଁ ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ କଟକ ଜିଲ୍ଳାପାଳଙ୍କ ଜରିଆରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କାଠଯୋଡି ଓ କୁଆଖାଇର ଉତ୍ପତିସ୍ଥଳରେ ଏକ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଶୁକ୍ରବାର ଦେବାଶିଷ ସାମନ୍ତରାୟ କଟକ ଜିଲ୍ଳାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ତାଙ୍କୁ ଭେଟିବା ସହ ଏହି ବ୍ୟାରେଜ ସମ୍ପର୍କିତ ଏକ ପ୍ରୋଜେକ୍ଟ ନୋଟ ମଧ୍ୟ ପ୍ରଦାନ କରିଛନ୍ତି ।

ସେପଟେ କଟକ ଜିଲ୍ଳାପାଳ ଦେବାଶିଷ ସାମନ୍ତରାୟଙ୍କ ଏହି ପ୍ରସ୍ତାବକୁ ସ୍ବାଗତ କରିବା ସହ ଏହାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇବେ ବୋଲି କହିଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଦେବାଶିଷ ସାମନ୍ତରାୟଙ୍କ ଏହି ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିସାରିଛନ୍ତି । ଏହାସହ କାଠଯୋଡି ଓ କୁଆଖାଇ ନଦୀ ଉପରେ କଟକର ପୁରୀଘାଟରୁ ବାରଙ୍ଗ ନରଣପୁର ପର୍ଯ୍ୟନ୍ତ ଏକ ବ୍ୟାରେଜ ତିଆରି ନେଇ ମଧ୍ୟ ସରକାର ସହମତି ପ୍ରକାଶ କରିବା ପରେ ଜଳସେଚନ ବିଭାଗକୁ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ବ୍ୟାରେଜଟି ନିର୍ମାଣ ପାଇଁ ପ୍ରାୟ ଦେଢ ଶହ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି ଏବଂ ଖୁବଶୀଘ୍ର ଏହାର ଟେଣ୍ଟର ମଧ୍ୟ ଆହ୍ବାନ କରାଯିବ । ଏହି ବ୍ୟାରେଜ ନିର୍ମାଣ ହେଲେ ଜଳ ସଂରକ୍ଷଣ ହେବା ସହ ବାରଙ୍ଗରୁ କଟକ ପାଇଁ ଏକ ନୂଆ ରାସ୍ତା ଫିଟିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.