ETV Bharat / city

ଆସୁଛନ୍ତି ମା’, ନନ୍ଦୋତ୍ସବରେ ନଈପଠାରୁ ଆସିଲା ଆନୁକୂଳ ମାଟି

ପାର୍ବଣ ଋତୁ ପାଇଁ ପ୍ରସ୍ତୁତ ସିଲଭର ସିଟି । ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତି ଲାଗି କାଠଯୋଡି ଓ ମହାନଦୀରୁ ଆସିଲା ମାଟି । ବିଧି ଓ ପୂଜାର୍ଚ୍ଚନା ପରେ ନଦୀ ଗର୍ଭରୁ ମାଟି ସଂଗ୍ରହ ହୋଇଛି ।

author img

By

Published : Aug 24, 2019, 11:44 PM IST

ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

କଟକ: ନନ୍ଦୋତ୍ସବଠାରୁ କଟକ ସହରରେ ପ୍ରବେଶ କରିଛି ପାର୍ବଣ ଋତୁ । କାରଣ ନନ୍ଦୋତ୍ସବଠାରୁ ହିଁ ମା’ଙ୍କ ମୃଣ୍ମୟୀ ମୂର୍ତି ତିଆରି ପାଇଁ ସଂଗୃହିତ ହୋଇଥାଏ । ଏହି କ୍ରମରେ ଶନିବାର ସକାଳୁ ସକାଳୁ କଟକ ସହରର ପୂଜା ମଣ୍ଡପର କର୍ମକର୍ତ୍ତା ସଂକୀର୍ତ୍ତନ କରି ମଣ୍ଡପରୁ ବାହାରି ଥିଲେ । ଏହାପରେ କାଠଯୋଡି ଓ ମହାନଦୀରେ ବିଭିନ୍ନ ଘାଟରେ ଯଥା ବିଧି, ପୂଜାର୍ଚ୍ଚନା ପରେ ନଦୀ ଗର୍ଭରୁ ମାଟି ସଂଗ୍ରହ ହୋଇଥିଲା । ଏହି ମାଟି ମଣ୍ଡପରେ ପହଞ୍ଚିବା ପରେ ଆରମ୍ଭ ହେବ ମା’ଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ କାର୍ଯ୍ୟ ।

ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ଏହି ମୃତ୍ତିକା ସଂଗ୍ରହ ପରେ ଆଜି (ଶନିବାର) କଟକ ସହରରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୂଜାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି ।

ତେବେ ଏଥର ଲାଇଟ୍ ଓ ସାଜସଜ୍ଜା ଉପରେ ବିଶେଷ ଗୁରୁତ୍ବ ଦିଆଯିବା ସହ ତାମିଲନାଡୁ ସ୍ବାମୀ ରଙ୍ଗ ନାଥମ ମନ୍ଦିର ଆକୃତିର ଏକ ତୋରଣ ପ୍ରସ୍ତୁତ କରାଯିବ ବୋଲି ଖାନ୍‌ ନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା ମଣ୍ଡପର ସମ୍ପାଦକ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଚଳିତବର୍ଷ ଦଶହରା ଅକ୍ଟୋବର ମାସ 8 ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ 9 ତାରିଖରେ ହେବ ମା'ଙ୍କ ଭଷାଣି ଉତ୍ସବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜି ପବିତ୍ର ନନ୍ଦୋତ୍ସବ ଅବସରରେ କଟକ ସହରର ସମସ୍ତ ପୂଜା ମଣ୍ଡପ ପକ୍ଷରୁ ମାଙ୍କ ମୃଣ୍ମୟୀ ମୃତି ତିଆରି ପାଇଁ ହୋଇଛି ମାଟି ଅନୁକୁଳ।ଘଣ୍ଟ ଘଣ୍ଟା ଖୋଳ ତାଳ ସହ ପଟୁଆରରେ ଆସି ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ନଦୀରୁ ମୃତ୍ତିକା ସଂଗ୍ରହ କରିଛନ୍ତି।ଆଉ ଦିନ କେଇଟା ପରେ ମାଙ୍କ ମୃଣ୍ମୟୀ ମୃତ୍ତି ତିଆରି କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ପୂଜା ପାଇଁ ମଣ୍ଡପ କର୍ମକର୍ତ୍ତା ମାନେ ପ୍ରସ୍ତୁତ ଆରମ୍ଭ କରିଛନ୍ତି।

Body:(ଭିଓ - ୧) ଆଜି ନନ୍ଦୋତ୍ସବ ଠାରୁ କଟକ ସହରରେ ପ୍ରବେଶ କରିଛି ପାର୍ବଣ ରୃତୁ।କାରଣ ଆଜି ହିଁ ମାଙ୍କ ମୃଣ୍ମୟୀ ମୃତ୍ତି ତିଆରି ପାଇଁ ସଂଗୃହିତ ହୋଇଛି ମୃତ୍ତିକା।ଏହି କ୍ରମରେ ଆଜି ସକାଳୁ ସକାଳୁ କଟକ ସହରର ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ସଂକୀର୍ତ୍ତନ କରି ମଣ୍ଡପରୁ ବାହାରି ଥିଲେ।ଏହା ପରେ କାଠଯୋଡ଼ି ଓ ମହାନଦୀରେ ବିଭିନ୍ନ ଘାଟରେ ଯଥା ବିଧି ପୂଜାର୍ଚନା ପରେ ନଦୀ ଗର୍ଭରୁ ମାଟି ସଂଗ୍ରହ ହୋଇଥିଲା।ଏହି ମାଟି ମଣ୍ଡପରେ ପହଞ୍ଚିବା ପରେ ଆରମ୍ଭ ହେବ ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ।

ବାଇଟ - ବଂଶୀଧର ଶତପଥୀ, ପୂଜକ।

(ଭିଓ ୨) ସେପଟେ ଆଜିର ଏହି ମୃତ୍ତିକା ସଂଗ୍ରହ ପର ଠାରୁ କଟକ ସହରରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ପୂଜାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି।ଏଥର ଲାଇଟ ଓ ସାଜସଜ୍ଜା ଉପରେ ଗୁରୁତ୍ୱ ଦିଆଯିବା ସହ ତାମିଲନାଡୁ ସ୍ୱାମୀ ରଙ୍ଗ ନାଥମ ମନ୍ଦିର ଆକୃତିର ଏକ ତ୍ୱରଣ ପ୍ରସ୍ତୁତ କରାଯିବ ବୋଲି ଖାନନଗର - ଖପୁରିଆ ଶିଳ୍ପାଞ୍ଚଳ ପୂଜା ମଣ୍ଡପର ସମ୍ପାଦକ କହିଛନ୍ତି।

ବାଇଟ-ପ୍ରଫୁଲ୍ଲ ସାହୁ,ସମ୍ପାଦକ,ଖାନନଗର- ଶିଳ୍ପାଞ୍ଚଳ ପୂଜାମଣ୍ଡପ।

Conclusion:ଚଳିତବର୍ଷ ଦଶହରା ଅକ୍ଟୋବର ମାସ 8 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ 9 ତାରିଖରେ ହେବ ମାଙ୍କ ଭଷାଣ ଉତ୍ସବ।କଟକରୁ ନାରାୟଣ ସାହୁ ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.