ETV Bharat / city

ଘରୋଇ ବସ୍‌ ଉପରେ ୨ଲକ୍ଷ ଫାଇନ ଲଗାଇଲା କଟକ RTO - କଟକ ଆରଟିଓ

ସିଲଭରସିଟିରେ ଚାଲୁଥିବା ଘରୋଇ ବସ ଉପରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଫାଇନ ଲଗାଇଲା କଟକ RTO । ଅଧିକ ପଢନ୍ତୁ

ଘରୋଇ ବସ ଉପରେ ୨ଲକ୍ଷ ଫାଇନ ଲଗାଇଲା କଟକ RTO
ଘରୋଇ ବସ ଉପରେ ୨ଲକ୍ଷ ଫାଇନ ଲଗାଇଲା କଟକ RTO
author img

By

Published : Aug 22, 2022, 8:01 PM IST

କଟକ: ଘରୋଇ ଯାତ୍ରୀବାହୀ ବସ ଉପରେ ୨ ଲକ୍ଷ ୮୦ ହଜାର ୫୦୦ ଟଙ୍କା ଫାଇନ । ବିନା ପରମିଟରେ ଚାଲୁଥିଲା ବସ । ଦୀର୍ଘ ଦିନ ଧରି ପୈଠ ହୋଇନଥିଲା ଟ୍ୟାକ୍ସ (Bus operate without paying TAX) । ପ୍ରାୟ ୩ ମାସର ୯୦ ହଜାର ଟଙ୍କାର ଟ୍ୟାକ୍ସ ବି ଦେଇପାରିନଥିଲା । ଟାଙ୍ଗୀ ଟୋଲ ଗେଟ ରେ ଚାଲାଣ କାଟିଲା କଟକ ଆରଟିଓ (RTO)।

ଘରୋଇ ବସ ଉପରେ ୨ଲକ୍ଷ ଫାଇନ ଲଗାଇଲା କଟକ RTO

ଏହା ବି ପଢନ୍ତୁ- ୱେବ ଚାନେଲ ସାମ୍ବାଦିକଙ୍କୁ ଚପଲରେ ମାରିଲେ ମହିଳା

କଟକ ଆରଟିଓଙ୍କ ସୂଚନା ଅନୁସାରେ, "ଉକ୍ତ ବସଟିର ୫ ବର୍ଷିଆ ଅଲଇଣ୍ଡିଆ ଟୁରିଷ୍ଟ ପରମିଟ ରହିଥିଲା । ମାତ୍ର ସେ ପାସେଞ୍ଜର ନେଇ ଭୁବନେଶ୍ବରରୁ କୋଲକାତା ଯାଉଥିଲା । ଜବତ ହେବା ସମୟରେ ଟିକେଟ ସହ ୪୦ ଜଣ ପାସେଞ୍ଜର ମଧ୍ୟ ଉକ୍ତ ବସରେ ଯାତ୍ରା କରୁଥିଲେ । ଯାହାକି ସମ୍ପୂର୍ଣ୍ଣ ବେଆଇନ । ଜବତ ସମୟରେ ସେ ପ୍ରାୟ ୩ ମାସର ଟିକସ ଫାଙ୍କି ଥିବା ଜଣାପଡିଥିଲା । ଏଥିପାଇଁ ଉକ୍ତ ବସ୍‌କୁ ୨ ଲକ୍ଷ ୮୦ ହଜାର ୫ ଶହ ଟଙ୍କା ଫାଇନ କରାଯାଇଛି ।"

ସେହି ଫାଇନ ରାଶି ଦେଇ ନପାରିବାରୁ ବସ୍‌ଟିକୁ ଜବତ କରାଯାଇଛି । ତେବେ ଏହିପରି ଚଳିତ ମାସରେ ୪ଟି ଗାଡି଼ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କଟକ ଆରଟିଓ ସଞ୍ଜୟ ବେହେରା କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.