ETV Bharat / city

ଜଗତପୁର ଶିଳ୍ପାଞ୍ଚଳରେ ହାତୀ ଆତଙ୍କ ଘଟଣା, ମୃତ ହାତୀ ଗର୍ଭବତୀ ଥିବା ସୂଚନା - ଜୋବ୍ରାରେ ହାତୀ ମୃତ୍ୟୁ ଘଟଣା

ଜଗତପୁର ଶିଳ୍ପାଞ୍ଚଳରେ ହାତୀ ଆତଙ୍କ ଘଟଣା 2 ଜଣଙ୍କ ମୃତ୍ୟୁ ହେବା ସହ ଗୋଟିଏ ହାତୀର ମଧ୍ୟ ମୃତ୍ୟୁ ହୋଇଛି । ମୃତ ହାତୀଟି ଗର୍ଭବତୀ ଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

elephant death at jobra barrage
ଜଗତପୁର ଶିଳ୍ପାଞ୍ଚଳରେ ହାତୀ ଆତଙ୍କ ଘଟଣା
author img

By

Published : Sep 29, 2022, 12:36 PM IST

କଟକ: ଆଠଗଡ ବନାଞ୍ଚଳରୁ ଆସି କଟକ ଜଗତପୁର ଶିଳ୍ପାଞ୍ଚଳରେ ଆତଙ୍କରାଜ ମଚାଇଥିଲେ ଗଜରାଜ । ଗତକାଲି (ବୁଧବାର) ବ୍ୟାପକ ଭଙ୍ଗାରୁଜା କରିବା ସହ 2 ଜଣଙ୍କୁ ଦଳି ମାରି ଦେଇଥିଲେ ଦନ୍ତା । ଏହା ସହ ମହାନଦୀରେ ବୁଡ଼ି ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି । ବଡ କଥା ହେଉଛି ହାତୀଟିକୁ ଯାଞ୍ଚ ପରେ ଏକ ହୃଦୟ ବିଦାରକ ତଥ୍ୟ ସାମ୍ନାକୁ ଆସିଛି । ହାତୀଟି ଗର୍ଭବତୀ ଥିବା ଜଣାପଡିଛି । 16 ମାସର ଗର୍ଭବତୀ ଥିଲା ମାଈ ହାତୀ । ଆଉ ତିନିମାସରେ ଜନ୍ମ ନେଇଥାନ୍ତା ଏକ କୁନି ଛୁଆ ହାତୀ । ଏନେଇ ସୂଚନା ଦେଇଛନ୍ତି ସିଟି ଡିଏଫଓ ସୁଜିତ ଶତପଥୀ । ପୋଷ୍ଟମର୍ଟମ ପରେ ହାତୀଟିକୁ ମହାନଦୀ ପଠାରେ ପୋତି ଦିଆଯାଇଥିବା ଜଣାପଡିଛି ।

ଜଗତପୁର ଶିଳ୍ପାଞ୍ଚଳରେ ହାତୀ ଆତଙ୍କ ଘଟଣା

ଜଗତପୁରରେ ହାତୀ ପଶିବା ଆଉ ଦୁଇ ଜଣଙ୍କୁ ଦଳି ମାରିଦେବା ସହ ୩ ଜଣ ଆହତ ହେବା ଘଟଣାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ପ୍ରଥମତଃ କାହିଁକି ହାତୀ ଜନବସତୀ ଅଞ୍ଚଳକୁ ଆସୁଛି ? ହାତୀ ସୁରକ୍ଷାକୁ ନେଇ ସଠିକ ପଦକ୍ଷେପ ନିଆଯାଉଛି ତ ? ହାତୀ ଜନବସତି ଅଞ୍ଚଳକୁ ଆସିବା ପରେ ବନ ବିଭାଗ ତାର କର୍ତ୍ତବ୍ୟ ସଠିକ ଭାବରେ କରିଥିଲା କି ? କେଉଁ ପରିସ୍ଥିତିରେ ହାତୀଟିର ମୃତୁ ଘଟିଲା ? ହାତୀ ପାଣି ଭିତରେ ବହୁତ ସମୟ ରହିପାରେ ମାତ୍ର ରାତି ସମୟରେ ହାତୀଟିର କେମିତି ମୃତ୍ୟୁ ଘଟିଲା ? କେଉଁ ପରିସ୍ଥିତିରେ ଦୁଇ ଲୋକଙ୍କୁ ହାତୀ ମାରିଦେଲା ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ହାତୀ ଜନବସତି ଅଞ୍ଚଳକୁ ପଶିଲା ପରେ କାହିଁକି ଅଧିକ ହିଂସ୍ର ହୋଇ ଯାଉଛନ୍ତି । ଲୋକମାନେ ହାତୀଙ୍କୁ ଚିଡାଇ ଦେଉଛନ୍ତି କି ? ତେବେ ଏନେଇ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ କଥାକୁ ତର୍ଜମା କରିଲେ କେଉଁଠି ନାଁ କେଉଁଠି ଅନେକ କଥା ମନ ଭିତରକୁ ଆସୁଛି ।

ଏହା ବି ପଢନ୍ତୁ...ଜଗତପୁରରେ ହାତୀ ଉପଦ୍ରବ: 2ମୃତ ଓ 3 ଆହତ, ଗୋଟିଏ ହାତୀର ମୃତ୍ୟୁ

ଜଗତପୁର ଅଞ୍ଚଳର ରମା ସେଠୀଙ୍କ କହିବା ଅନୁଯାୟୀ ଭୋର ସମୟରେ ହାତୀ ବସ୍ତି ଭିତରକୁ ପଶି ଆସିଥିଲେ । ପ୍ରାଣ ବିକଳରେ ଯିଏ ଯେଉଁଆଡେ ପାଇଥିଲେ ଧାଇଥିଲେ ଲୋକମାନେ ହାତୀକୁ ଦେଖି ହୋହଲ୍ଲା ଆଉ ପାଟିତୁଣ୍ଡ କରିଥିଲେ । ଏପରିକି ଅନେକ ଲୋକ ହାତୀର ଫଟୋ ଉଠାଇବା ସହ ସହ ସେଲ୍ଫି ମଧ୍ୟ ନେଇଥିଲେ । ଆହତଙ୍କ ମଧ୍ୟରେ ଜଣେ ମଧ୍ୟ ଏହିପରି କରିଥିଲେ । ହାତୀ ସହ ସେଲ୍ଫି ନେବା ବେଳେ ହାତୀ ଆକ୍ରମଣରେ ଯୁବକଙ୍କ ମୁଣ୍ଡ ଫାଟି ଯାଇଥିଲା । କେବଳ ଜଣେ ଯୁବକ ନୁହନ୍ତି ବରଂ ଅନେକ ଲୋକ ଏପରି କାମ କରି ହାତୀଙ୍କୁ ଚିଡାଉଥିବା କୁହାଯାଉଛି । ଫଳରେ ହାତୀ ହିଂସ୍ର ହୋଇ ଏପରି ଆକ୍ରମଣ କରିଥିଲା । କେବଳ ସେତିକି ନୁହେଁ ମୃତ ହାତୀଟିକୁ ନଦୀରୁ ଉଦ୍ଧାର କରି କୂଳରେ ବ୍ୟବଚ୍ଛେଦ ପାଇଁ ଆଣିଥିବା ବେଳେ ଅନେକ ଲୋକ ମୃତ ହାତୀର ଫଟୋ ଉଠାଇ ମଜା ନେଉଥିଲେ । କେହି କେହି ମୃତ ହାତୀ ସହ ସେଲ୍ଫି ମଧ୍ୟ ନେଉଥିଲେ । ବଡ଼ କଥା ହେଉଛି ଭିଡ଼ ନିୟନ୍ତ୍ରଣ ପାଇଁ ମଧ୍ୟ କେହି ଆସିନଥିଲେ । ଆଉ ଲୋକମାନେ ବି ସଚେତନ ହେଉନାହାନ୍ତି ।

ନଦୀ କୂଳରେ ହାତୀଟିକୁ ଅଣୁଥିବା ବେଳେ ଅନେକ ଲୋକ ଭିଡ଼ ଜମାଇ ନଦୀ କୂଳରେ ଅସୁରକ୍ଷିତ ଭାବରେ ମୃତ ହାତୀଟିକୁ ଦେଖୁଥିଲେ। ଯଦି ଗୋଡ଼ ଖସି ଯାଇଥାନ୍ତା ତେବେ କିଛି ଅଘଟଣ ଘଟି ପାରିଥାନ୍ତା । ସେହିପରି ଛୁଆ ହାତୀଟିଏ ଜନବସତୀ ଅଞ୍ଚଳରେ ଫସି ରହିଥିବା ବେଳେ ଅନେକ ଲୋକ ଚାରିପଟୁ ଘେରି ରହି ପାଟି କରୁଥିଲେ । ଅନେକ ଲୋକ ବଡ଼ ପାଟିରେ ଚିତ୍କାର କରୁଥିବାରୁ ହାତୀଟି ବେଶ ଭୟଭୀତ ଅବସ୍ଥାରେ ରହିଥିଲା । କେବଳ ସେତିକି ନୁହେଁ ଟିଣ ବାଡେଇ ଲୋକମାନେ ହାତୀଟିକୁ ଘଉଡାଉଥିଲେ। ଏହାରି ଭିତରେ ବନ ବିଭାଗର କାର୍ଯ୍ୟକୁ ନେଇ ବି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ହାତୀ ମାନଙ୍କୁ ସଠିକ ଟ୍ରାକିଂ କରାଯାଉନାହିଁ । ଫଳରେ ହାତୀମାନଙ୍କ ଗତିବିଧି ଉପରେ ନଜର ରଖିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ବୋଲି କହିପାରିବା ।

ହାତୀ ଘଉଡେଇବା ପାଇଁ ସେମାନେ ସେହିଭଳି କୌଣସି ପଦକ୍ଷେପ ବି ନେଇପାରୁ ନାହାନ୍ତି। କହିବାକୁ ଗଲେ ହାତୀ ସୁରକ୍ଷାରେ ବନବିଭାଗ ଏକ ପ୍ରକାର ବିଫଳ । ବର୍ଷକ ପୂର୍ବେ ମୁଣ୍ଡଳୀ ବ୍ୟାରେଜରେ ଏହିଭଳି ଏକ ଅଘଟଣ ଘଟିଥିଲା । ବନ ବିଭାଗର ଦାୟିତ୍ୱ ହୀନତା ପାଇଁ ଜଣେ ସାମ୍ବାଦିକ ସମେତ ଓଡ୍ରାଫ କର୍ମଚାରୀ ଏବଂ ହାତୀର ବି ମୃତ୍ୟୁ ଘଟିଥିଲା । ମଣିଷ ଜୀବନ ସହ ପଶୁଙ୍କ ଜୀବନ ବି ଗୁରୁତ୍ବପୂର୍ଣ୍ଣ । ଏ ଦିଗରେ ଉଚିତ ପଦକ୍ଷେପ ନିଆଗଲେ ମଣିଷ ଜୀବଜନ୍ତୁଙ୍କ ସୁରକ୍ଷା ହୋଇପାରିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.