ETV Bharat / city

ନିରାଶ ହେଲେ ପ୍ରଶାନ୍ତ ଜଗଦେଵ, ମିଳିଲାନି ଆଗୁଆ ଜାମିନ - ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲାନି ହାଇକୋର୍ଟରୁ ଆଗୁଆ ଜାମିନ । ଅଧିକ ପଢନ୍ତୁ...

_Chilika mla prasant jagadev did not get bail
ନିରାଶ ହେଲେ ପ୍ରଶାନ୍ତ ଜଗଦେଵ,ମିଳିଲାନି ଆଗୁଆ ଜାମିନ
author img

By

Published : Oct 5, 2021, 10:50 PM IST

କଟକ: ନିରାଶ ହୋଇଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ । ଏସସି ଆଣ୍ଡ ଏସଟି(ପିଏ) ଆଇନର ଧାରା ୧୮ ରେ ରହିଥିବା କଟକଣାକୁ ଦୃଷ୍ଟିରେ ରଖି ଆଗୁଆ ଜାମିନ ଦେବାକୁ ହାଇକୋର୍ଟ ଦେବାକୁ ମନା କରିଛନ୍ତି ।

ହାଇକୋର୍ଟରେ ଜଗଦେବଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଅକ୍ଟୋବର ୮ରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ଚାହାନ୍ତି । ଆତ୍ମସମର୍ପଣ କରି ନିମ୍ନ ଅଦାଲତରେ ଜାମିନ ପାଇଁ ଆବେଦନ କରିବାକୁ ସେ ଚାହାନ୍ତି ବୋଲି ଜଗଦେବଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଭଳି ଯୁକ୍ତିକୁ ବିଚାରକୁ ନେଇ ହାଇକୋର୍ଟ କହିଛନ୍ତି ଯେ ଶ୍ରୀ ଜଗଦେବ ଯଦି ନିମ୍ନ ଅଦାଲତରେ ଆତ୍ମସମର୍ପଣ କରନ୍ତି, ତେବେ ସେହିଦିନ ତାଙ୍କ ଜାମିନ ଆବେଦନର ଶୁଣାଣି ‌ଶେଷ କରି ନିମ୍ନ ଅଦାଲତ ରାୟ ପ୍ରକାଶ କରିବେ। ଏତଲାକାରୀ-ପୀଡିତଙ୍କୁ ପକ୍ଷ ରଖିବାକୁ ନିମ୍ନ ଅଦାଲତ ସୁଯୋଗ ଦେବେ। ଏଥି ସହିତ ତଦନ୍ତକାରୀ ଅଧିକାରୀ ଜାମିନ ଆବେଦନ ଶୁଣାଣି ଦିନ ନିମ୍ନ ଅଦାଲତରେ ଅପ୍ ଟୁ ଡେଟ୍ କେସ୍ ଡାଏରି ଦାଖଲ କରିବେ ବୋଲି ହାଇକୋର୍ଟ କହିବା ସହିତ ଜଗଦେବଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣିରେ ଅନ୍ତ ଘଟାଇଛନ୍ତି।

ସୂଚନାଯୋଗ୍ୟ ବାଲୁଗାଁ ଏନଏସି କାର୍ଯ୍ୟାଳୟ ପରିସରରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ଚିଲିକା ବିଧାୟକ ଜଗଦେବ ବିରୋଧରେ ବାଲୁଗାଁ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.