ETV Bharat / city

କଂଗ୍ରେସ ଛାଡିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା - Salepur MLA

କଂଗ୍ରେସରୁ ଇସ୍ତଫା ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଅଣଦେଖାକୁ ଦଳ ଛାଡିବାର ମୁଖ୍ୟ କାରଣ ବୋଲି ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ପ୍ରକାଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Mar 16, 2019, 11:38 AM IST

କଟକ: ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ଦଳ ବଦଳକୁ ନେଇ ଚାଲିଥିବା ଚର୍ଚ୍ଚାର ଏକ ରକମ ପୂର୍ଣ୍ଣଛେଦ ପଡ଼ିଛି । ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସିଥିଲେ । ଆଉ ଏହାର ଗୋଟିଏ ଦିନ ପରେ ପ୍ରକାଶ ଦଳ ଛାଡ଼ିଛନ୍ତି । ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ସେପଟେ କେଉଁ ଦଳକୁ ଯିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ପ୍ରକାଶ ।

ନିଜ ଇସ୍ତଫା ପତ୍ରରେ ପ୍ରକାଶ ଦର୍ଶାଇଛନ୍ତି, ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା । ଏପରିକି ପିସିସି ସଭାପତି କୌଣସି ଅଭିଯୋଗ ଶୁଣୁନଥିଲେ । ଯେଉଁଥିପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ପ୍ରକାଶ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ବିଜେଡ଼ି ସହିତ ଅଙ୍କ ଛିଡ଼ୁ ନଥିବାରୁ ବିଜେପିରେ ଯୋଗଦେଇ ପାରନ୍ତି ପ୍ରକାଶ । ସମ୍ଭବତଃ ସେ ଆଜି ବିଜେପିର ଯୋଗ ଦେବେ ବୋଲି ସୂଚନା ମିଳିଛି । ସୂଚନାମୁତାବକ ଗତ କିଛି ଦିନ ତଳେ ସାଲେପୁର ଅଞ୍ଚଳରେ ପଦଯାତ୍ରା କରିଥିଲେ ବି ଦଳୀୟ ପତାକା ବ୍ୟବହାର କରିନଥିଲେ ।

ଏଣେ ପ୍ରକାଶଙ୍କୁ ସାଲେପୁରରୁ ପ୍ରାର୍ଥୀ କରିବା ପାଇଁ କଂଗ୍ରେସ ତାଙ୍କ ନାମକୁ ସୁପାରିଶ କରିଛି । ତେବେ କଂଗ୍ରେସ ଖୁବ ଶୀଘ୍ର ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଥିବାବେଳେ ସାଲେପୁର ଆସନ ପାଇଁ ବିକଳ୍ପ ଖୋଜୁଛି ଦଳ । ତେବେ ଏହି ଆସନ ପାଇଁ ଆଶାୟୀଙ୍କ ଦୌଡ଼ରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ନାମ ରହିଛି । ସେ ନିକଟରେ କଂଗ୍ରେସ ଯୋଗ ଦେଇଥିଲେ । ତେବେ ଦଳ ଏହି ଆସନ ପାଇଁ କାହାକୁ ପ୍ରାର୍ଥୀ କରିବା ତାହା ଉପରେ ସମସ୍ତଙ୍କର ନଜର ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

କଂଗ୍ରେସ ନାମକ ପୁସ୍ତକ ଲୋକାର୍ପିତ।ଭାରତରେ କଂଗ୍ରେସ ର ସୃଷ୍ଟି  ,କଂଗ୍ରେସ ର ଇତିହାସ, କ୍ଷମତା କନ୍ଦଳ, ସ୍ଥିତି, ବିଭିନ୍ନ ସମୟରେ ସରକାର ଗଠନ ଓ ସାଧାରଣ ଲୋକଙ୍କ ପ୍ରଶ୍ନ କୁ ନେଇ କଂଗ୍ରେସ ଭବନ ରେ ଲୋକାର୍ପିତ ହେଲା "କଂଗ୍ରେସ" ଶୀର୍ଷକ ପୁସ୍ତକ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ଉପସ୍ଥିତି ରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି।ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ରାଜନୀତିଜ୍ଞ ପଞ୍ଚାନନ କାନୁନଗୋ ଏହି ପୁସ୍ତକ ରଚନା କରିଛନ୍ତି।

ଗୁରୁବାର କଂଗ୍ରେସ ରେ ଯୋଗ ଦେଇଛନ୍ତି ଓଡ଼ିଶା ଜନମୋର୍ଚ୍ଚା ର ପୂର୍ବତନ ମହାସଚିବ ଯଜ୍ଞଶ୍ବର ବାବୁ।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତ ରେ କଂଗ୍ରେସ ରେ ସାମିଲ ହୋଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.