ETV Bharat / city

ଆକାଶଙ୍କ ଠକେଇରେ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ: କ୍ରାଇମବ୍ରାଞ୍ଚ ଏଡିଜି - ଆକାଙ୍କ ଠକେଇ ମାମଲାର ପ୍ରେସମିଟ୍

ଆକାଶ ପାଠକଙ୍କ ଠକେଇ ମାମଲାରେ ତାଙ୍କ ଭାବି ଶ୍ବଶୁର ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ଥିବାନେଇ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ ଏଡିଜି । ଅଧିକ ପଢନ୍ତୁ....

ଠକେଇର ଶିକାର ହୋଇଥିଲେ ଆମକୁ ଜଣାଓ
ଠକେଇର ଶିକାର ହୋଇଥିଲେ ଆମକୁ ଜଣାଓ
author img

By

Published : Dec 12, 2020, 5:21 PM IST

Updated : Dec 12, 2020, 7:15 PM IST

କଟକ: କ୍ରାଇମବ୍ରାଞ୍ଚର 5 ଦିନିଆ ରିମାଣ୍ଡରେ ଥିବା ଆକାଶ ପାଠକଙ୍କୁ ଦ୍ବିତୀୟ ଦିନରେ ମାରାଥନ ଜେରା କରାଯାଇଛି । ଜେରାବେଳେ ପାଠକଙ୍କ ସହ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କର କିଛି ସହଯୋଗୀଙ୍କ ସଂପୃକ୍ତି ଥିବାନେଇ ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ ପୋଲିସ । ଚାକିରୀରେ ଠକେଇକୁ ନେଇ ବର୍ତ୍ତମାନ ସୁଦ୍ଧା 6ଟି ଲିଖିତ ଅଭିଯୋଗ ସାମ୍ନାକୁ ଆସି ଥିବାବେଳେ ଠକେଇରେ ଶିକାର ହୋଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ସାମ୍ନାକୁ ଆସନ୍ତୁ ବୋଲି କ୍ରାଇମବ୍ରାଞ୍ଚ କହିଛି ।

ଠକେଇର ଶିକାର ହୋଇଥିଲେ ଆମକୁ ଜଣାଓ

ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଯେ, ଆଗକୁ ତଦନ୍ତ ବ୍ୟାପକ କରାଯିବ । ନିଜକୁ ଟାଟା ମୋଟର୍ସ ଏମଡିର ପରିଚୟ ଦେଇ ଆକାଶ ପାଠକ ଅନେକ ନୀରିହ ଛାତ୍ରଛାତ୍ରୀଙ୍କୁ ଠକି ଥିବାବେଳେ ତାଙ୍କ ସହ ଏହି ଠକାମିରେ ତାଙ୍କ ଭାବି ଶ୍ବଶୁର ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କର କିଛି ସହଯୋଗୀ ସାମିଲ ଅଛନ୍ତି । ଏନେଇ ଏଡିଜି ଆଜି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଡିଜି କହିଛନ୍ତି ଯେ, ଏ ପର୍ଯ୍ୟନ୍ତ 6 ଜଣ ଆକାଶ ଓ ତାଙ୍କ ଭାବି ଶ୍ବଶୁର ଓ କିଛି ସହଯୋଗୀଙ୍କ ନାଁରେ ଲିଖିତ ଅଭିଯୋଗ କରିସାରିଛନ୍ତି । ତଦନ୍ତରୁ ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ଏହି ମହାଠକେଇରେ ସିଧାସଳଖ ଜଡିତ ତାହା ସ୍ପଷ୍ଟ ।

ଏହି ଠକେଇରେ ଆହୁରି ବହୁ ଯୁବକ ଓ ତାଙ୍କ ପରିବାର ଲୋକେ ଶିକାର ହୋଇ ମଧ୍ୟ ସାମ୍ନାକୁ ଆସୁନାହାଁନ୍ତି । ଭୟ କିମ୍ବା ଅନ୍ୟ କୌଣସି କାରଣରୁ ଏପରି ହେଉଥିବା ସନ୍ଦେହ କରାଯାଉଛି ବୋଲି ଏଡିଜି କହିଛନ୍ତି । ତେଣୁ ନିର୍ଭୟରେ ଠକେଇର ଶିକାର ହୋଇଥିବା ଲୋକେ ଆଇନର ଆଶ୍ରୟ ନିଅନ୍ତୁ ବୋଲି ଏଡିଜି ଆହ୍ବାନ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 12, 2020, 7:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.