କଟକ: ଆକ୍ସନ ମୁଡକୁ ଆସିଲା କଟକ ମହାନଗର ନିଗମ । ସହରରେ ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ପଦକ୍ଷେପ ନେଇଛି ସିଏମସି । ତେବେ ସିଏମସି ପକ୍ଷରୁ ସହରରେ ଜୋରଦାର୍ ପଲିଥିନ୍ ଚେକିଂ ଆରମ୍ଭ ହୋଇଯାଇଛି । ଚଢାଉବେଳେ 4 କୁଇଣ୍ଟାଲରୁ ଅଧିକ ପଲିଥିନ ଜବତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ କଟକ ମହାନଗର ନିଗମ ଆଜି(ଶନିବାର) ପୁଣିଥରେ ପଲିଥିନ୍ ଚେକିଂ ଆରମ୍ଭ କରିଛି । ସିଏମସି ପକ୍ଷରୁ କଟକର ପିଠାପୁର ଅଞ୍ଚଳରେ ଚଢାଉ କରାଯାଇ 4 କୁଇଣ୍ଟାଲରୁ ଊର୍ଦ୍ଧ୍ବ ପଲିଥିନ ଜବତ କରାଯାଇଛି । ତେବେ ପଲିଥିନ ବ୍ୟବହାରକାରୀଙ୍କ ଠାରୁ 30 ହଜାର ଟଙ୍କା ଜରିମାନା ଆଦାୟ କରିଛି ସିଏମସି ।
ତେବେ ସିଏମସି ଏନ୍ଫୋର୍ସମେଣ୍ଟ ଟିମର ସୂଚନା ଅନୁସାରେ ଆଗାମୀ ଦିନରେ କଟକ ସହରର ପ୍ରମୁଖ ବଜାରରେ ଜୋରଦାର ଚେକିଂ କରାଯିବ । ଏଥିସହ ପଲିଥିନ୍ ବ୍ୟବହାରକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ସିଏମସି କହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ