ETV Bharat / city

କଟକବାସୀଙ୍କ ଭରସା ଜିତିବା ଲକ୍ଷ୍ୟରେ କମିଶନରେଟ ପୋଲିସ, ପଚାରି ବୁଝୁଛି ସମସ୍ୟା - କଟକ

ପୋଲିସକୁ ଭରସା ଯୋଗ୍ୟ କରିବା ପାଇଁ କମିଶନରେଟ ପୋଲିସ ଆପଣାଇଛି ନୂଆ ଫର୍ମୁଲା । କଟକରେ ବରିଷ୍ଠ ନାଗରିକଙ୍କୁ ସମସ୍ୟା ସମ୍ପର୍କରେ ପଚାରି ବୁଝୁଛି ପୋଲିସ । ଜନସମ୍ପର୍କ ଶିବିର କରି ପୋଲିସ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାକୁ ଚଳାଇଛି ଚେଷ୍ଟା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 12, 2019, 6:49 PM IST

କଟକ: ଲୋକଙ୍କ ନିକଟତର ହେଉଛି ପୋଲିସ । କଟକବାସୀଙ୍କ ଭରସା ଜିତିବା ଉଦ୍ଦେଶ୍ୟରେ କମିଶନରେଟ ପୋଲିସ ଆପଣାଇଛି ନୂଆ ଫର୍ମୁଲା । କଟକରେ ବରିଷ୍ଠ ନାଗରିକଙ୍କୁ ସମସ୍ୟା ସମ୍ପର୍କରେ ପଚାରି ବୁଝୁଛି ପୋଲିସ । ଜନସମ୍ପର୍କ ଶିବିର କରି ପୋଲିସ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାକୁ ଚଳାଇଛି ଚେଷ୍ଟା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆଜି(ବୁଧବାର) କଟକ 3- ନମ୍ବର ଜୋନର ବିଡାନାସୀ ଥାନା, ମର୍କତନଗର ଥାନା, ଲାଲବାଗ ଥାନା ଓ ଫେଜ୍‌-2 ଥାନା ଅଞ୍ଚଳର ସମସ୍ତ ବରିଷ୍ଠ ନାଗରିକଙ୍କୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ଖୋଦ୍‌ କମିଶନର ସତ୍ୟଜିତ ମହାନ୍ତି । ଏହା ସହ ସେମାନଙ୍କ ଠାରୁ ପରାମର୍ଶ ମଧ୍ୟ ଗ୍ରହଣ କରିଛନ୍ତି ସେ ।

ପୋଲିସର ସାହାଯ୍ୟ ଠିକ୍‌ ସମୟରେ ମିଳୁଛି ନା ନାହିଁ ସେ ବାବଦରେ ମଧ୍ୟ ପଚାରି ବୁଝିଛନ୍ତି କମିଶନର । ତେବେ ଏପରି କରିବା ଦ୍ବାରା ପୋଲିସ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବ ବୋଲି କୁହାଯାଉଛି । ସେହିପରି ଆପୋଷ ଯୋଜନା ମାଧ୍ୟମରେ ବସ୍ତିର ଯୁବକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ଯାହା ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବ ବୋଲି କମିଶନର ଆଶା ପ୍ରକଟ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

gs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.