କଟକ: ଲକଡାଉନ ସମୟରେ ପୋଲିସର ମହାନତା । ଗୋଟିଏ ପଟେ ଲୋକଙ୍କୁ ସଚେତନ କରାଇବା ସହ ଅନ୍ୟପଟେ ସାହାଯ୍ୟର ହାତ ମଧ୍ୟ ବଢ଼ାଉଛି ପୋଲିସ । ପୁଅକୁ ଖୋଜି ଖୋଜି ସୁନ୍ଦରଗଡ଼ରୁ ଆସିଥିବା ଏକ ନିରିହ ମାଆକୁ ସାହାଯ୍ୟର ହାତ ବଢାଇଛି ମଙ୍ଗଳାବାଗ ଥାନା ପୋଲିସ । ତେବେ ଏହି ଘଟଣା ଏକ ପ୍ରକାର ପୋଲିସର ଉଦାରତା ଭାବକୁ ଦ୍ବିଗୁଣିତ କରିଛି ।
ସୂଚନା ଅନୁସାରେ, ପୁଅ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଥିବା ଖବର ପାଇ ମାଆ ବବିତା ଅଞ୍ଜଳି କର ସୁନ୍ଦରଗଡ଼ରୁ ଚାଲି ଚାଲି କଟକ ଆସିଥିଲେ । ମେଡିକାଲରେ ଅନେକ ଖୋଜାଖୋଜି ପରେ ପୁଅର ସନ୍ଧାନ ମିଳିନଥିଲା । ତେବେ ନିରାଶ ହୋଇ ମେଡିକାଲ ମୁଖ୍ୟ ଫାଟକ ପାଖରେ ବସି ରହିଥିଲେ ମାଆ ଓ ଝିଅ ।
ତେବେ ଏହି ଘଟଣା ସମ୍ପର୍କରେ ପୋଲିସ ଅବଗତ ହୋଇ ମା ଓ ଝିଅଙ୍କୁ ଉଦ୍ଧାର କରି ସେମାନଙ୍କୁ ଖାଇବା ଦେବା ସହ ଗାଡି କରି ସୁନ୍ଦରଗଡ ଜିଲ୍ଲାକୁ ପଠାଇଛନ୍ତି । ଏଥିସହ ତାଙ୍କ ପୁଅ କଟକ ମେଡିକାଲରେ ନଥିବା ଜଣାପଡିଛି । ତେବେ ସେ ସୁନ୍ଦରଗଡ଼ ଜିଲ୍ଲା ଚିକିତ୍ସାଳୟ କିମ୍ବା ଅନ୍ୟ କୌଣସି ମେଡିକାଲରେ ଭର୍ତ୍ତି ହୋଇଥିବା ଆଶଙ୍କା କରାଯାଉଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ