କଟକ: ନନ୍ଦ ମଉସା ନିଖୋଜ ହେବା ଘଟଣାକୁ ଏହାରି ଭିତରେ 16 ଦିନ ବିତିଲାଣି । କିନ୍ତୁ ନନ୍ଦ ମଉସାଙ୍କ ବାବଦରେ କୌଣସି ସୂଚନା କାହାରିକୁ ମିଳିପାରିନାହିଁ(police failed to find Nanda Mousa ) । ସେପଟେ ନନ୍ଦ ମଉସାଙ୍କୁ ନିରୁଦ୍ଧିଷ୍ଟ ହେଇ ଯିବା ପରେ ସବୁ ଆଡୁ ନିରାଶ ହେବା ପରେ କଟକ ଗ୍ରାମାଞ୍ଚଳ SP ଓ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ନନ୍ଦ ମଉସାଙ୍କ ପତ୍ନୀ ସରସ୍ବତୀ ବେହେରା ।
ସରସ୍ବତୀଙ୍କ ସହ ନନ୍ଦ ମଉସାଙ୍କ ସମ୍ପକୀୟ ଓ ସ୍ଥାନୀୟ ବାସିନ୍ଦା ଉଭୟ ଅଧିକାରୀଙ୍କୁ ନନ୍ଦ ମଉସା ବାବଦରେ ସୂଚନା ଦେବା ପାଇଁ ନିବେଦନ କରିଛନ୍ତି । ଏହାରି ଭିତରେ ସ୍ବାମୀ ଜୀବିତ ଥିଲେ ତାଙ୍କୁ ଫେରାଇ ଦିଅନ୍ତୁ କିମ୍ବା ମୃତ୍ୟୁବରଣ କରି ଥିଲେ ତାଙ୍କ ଅସ୍ଥି ଦିଆଯାଉ, ଯାହା ଫଳରେ ରେ ସେ ତାଙ୍କ ସ୍ବାମୀଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ କରିପାରିବେ ବୋଲି କୋହ ଭରା କଣ୍ଠରେ କହିଛନ୍ତି ନନ୍ଦ ମଉସା ଙ୍କ ପତ୍ନୀ ।
ଗତ ମାସ ୨୮ ତାରିଖରେ ନିଜର ଲୁନା ନେଇ ବାହାରକୁ ଯାଇଥିଲେ ନନ୍ଦ ମଉସା । ମାତ୍ର ସେ ଆଉ ଫେରି ନଥିଲେ । ସବୁଠାରୁ ବଡ଼ କଥା ହେଉଛି ଏକ ଅଜଗର ଜଙ୍ଗଲରେ ଏକ ବିରାଟକାୟ କିଛି ଜୀବ ଗିଲିଥିବା ବେଳେ ତାହାକୁ ନେଇ ସନ୍ଦେହ କରାଯାଉଛି । କିନ୍ତୁ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସେହିପରି ଉକ୍ତ ସାପଟିର ସ୍କାନ କରିବାକୁ ଦାବି ହୋଇଥିଲେ ବି ଏଥି ପ୍ରତି କେହି କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି ।
ନନ୍ଦ ମଉସା ନିଖୋଜ ହେବା ପରଦିନ ଜଙ୍ଗଲରେ ତାଙ୍କ ଲୁନା ପଡ଼ିଥିବା ଦେଖିବାକ ମିଳିଥିଲା । ତା ସହିତ ପୋଲିସ ତାଙ୍କ ଚପଲ, ମୁଣି ଓ ଲୁଗାକୁ ଜବତ କରିଥିଲା । ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଦୁର୍ଘଟଣା ଭଳି ମନେ ହେଉଥିଲେ ସୁଦ୍ଧା ଘଟଣା ଦିନ ସେ ଚୋରାବାଟ ଦେଇ ଅଭୟାରଣ୍ୟ ଭିତରକୁ ଯାଇଥିବା ଅନୁମାନ କରାଯାଉଛି । ଗ୍ରାମବାସୀ ଜଙ୍ଗଲରେ ଏକ ବଡ଼ ଅଜଗରକୁ ଦେଖିଥିଲେ । ଯେଉଁ ଅଜଗର କିଛି ବିରାଟକାୟ ଜୀବକୁ ଗିଳିଥିବା ଜଣା ପଡ଼ୁଥିଲା । କିନ୍ତୁ ଭାରତରେ ଯେଉଁ ପ୍ରଜାତିର ଅଜଗର ଦେଖା ଯାଆନ୍ତି ସେମାନେ ମଣିଷକୁ ଗିଳିଥିବା କୌଣସି ନଜିର ନାହିଁ ।