ETV Bharat / city

କଟକରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

author img

By

Published : Aug 21, 2019, 10:55 PM IST

ଟ୍ବିଟ ସିଟିରେ ପୁଣି ଏନକାଉଣ୍ଟର । ଭୁବନେଶ୍ବର ପରେ କଟକରେ ହୋଇଛି ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଓରଫ ମନୋଜ ପାତ୍ର ଆହତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଓରଫ ମନୋଜ ପାତ୍ର ଆହତ ହୋଇଛି । ଶିଳ୍ପପତିଙ୍କ ଘରୁ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ମନୋଜକୁ ଆଜି ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । ତେବେ ମନୋଜ ଗୁଳି ଚଳାଇବାରୁ ପୋଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ମନୋଜର ଡାହାଣ ଗୋଡରେ ଗୁଳି ବାଜିଥିଲା । ଆହତ ମନୋଜକୁ ଏସସିବିରେ ଚିକିତ୍ସା କରାଯାଉଛି ।

ସୂଚନା ଅନୁଯାୟୀ, ଗତ ଜୁନ 28 ତାରିଖରେ ଜଗତପୁର ଅଞ୍ଚଳର ଜଣେ ଶିଳ୍ପପତିଙ୍କ ଘରୁ ଡକାୟତି ହୋଇଥିଲା । 5 ରୁ 6 ଜଣ ଡକାୟତ ଏହି ଡକାୟତି କରିଥିବା ବେଳେ ମନୋଜ ପାତ୍ର ଏହାର ମାଷ୍ଟରମାଇଣ୍ଡ ଥିଲା ବୋଲି ଜଗତପୁର ପୋଲିସ ତଦନ୍ତରୁ ଜାଣିଥିଲା । ମନୋଜ ଆଜି ସଂଧ୍ୟା ସମୟରେ ଏକ ଲାଲ ହୁଣ୍ଡାଇ କାର ଯୋଗେ କେନ୍ଦ୍ରାପଡା କେନାଲ ଦେଇ ଯାଉଥିବା ପୋଲିସ ଖବର ପାଇଥିଲା । ଏହାପରେ ଉକ୍ତ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ଗାଡି ଅଟକାଇବା ପରିବର୍ତ୍ତେ ମନୋଜ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା।

ଏହାର ଜବାବରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା। ତେବେ ପୋଲିସ ଗୁଳି ମନୋଜର ଡାହାଣ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଥିଲା । ସେଠାରେ ପୋଲିସ ମନୋଜକୁ କାବୁ କରିବା ସହ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରିଛି । ତେବେ ମନୋଜ ନିକଟରୁ ପୋଲିସ ଏକ ବନ୍ଧୁକ, 2ଟି ଜୀବନ୍ତ ଗୁଳି ଓ ବ୍ୟବହାର କରୁଥିବା ଏକ ନାଲି ରଙ୍ଗର ହୁଣ୍ଡାଇ କାରକୁ ଜବତ କରିଛି । ମନୋଜଙ୍କ ବିରୋଧରେ ବିଭିନ୍ନ ଥାନାରେ 18ରୁ ଊର୍ଦ୍ଧ୍ବ ମାମଲା ଥିବା ପୋଲିସ ସୂଚନା ଦେଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକରେ ଏନକାଉଣ୍ଟର ।ଜଗତପୁର ଥାନା ପୋଲିସ ଏନକାଉଣ୍ଟର ରେ ଡୁର୍ଡାନ୍ତ ଅପରାଧି ଅମିତ ଓରଫ ମନୋଜ ପାତ୍ର ଆହତ। ମନୋଜ ଙ୍କ ଡାହାଣ ଗୋଡ ରେ ଗୁଳି ବାଜିଛି।ତେବେ ଆହତ ମନୋଜ ଙ୍କୁ ଏସସିବିରେ ଚୀକିତ୍ସିତ କରାଯାଉଛି।
ସୂଚନା ଅନୁଯାୟୀ ଗତ ଜୁନ 28 ତାରିଖରେ ଜଗତପୁର ଅଞ୍ଚଳର ଜଣେ ଶିଳ୍ପପତି ଙ୍କ ଘରୁ ଡକାୟତି ହୋଇଥିଲେ।5 ରୁ 6 ଜଣ ଡକାୟତ ଏହି ଡକାୟତି କରିଥିବା ,ଜଗତପୁର ଥାନା ତଦନ୍ତରୁ ଜାଣି ପାରିଥିଲା।ତେବେ ଏହି ଡକାୟତି ରେ ମୁଖ୍ୟ ମନୋଜ ପାତ୍ର ବୋଲି ପୋଲିସ ଖବର ପାଇଥିଲା।ଆଜି ସଂଧ୍ୟା ସମୟରେ ଏହି ଡକାୟତ ଏକ ଲାଲ ରଙ୍ଗର ହୁଣ୍ଡାଇ କାର ଯୋଗେ କେନ୍ଦ୍ରାପଡା କେନାଲ ଦେଇ ଯାଉଥିବା ପୋଲିସ ଖବର ପାଇ, ଉକ୍ତ ଗାଡି ଟିକୁ ଅଟକାଇବା କୁ ଚେଷ୍ଟା କରିଥିଲା।ଗାଡି ଅଟକାଇବା ପରିବର୍ତ୍ତେ
ମନୋଜ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା।ଏହାକୁ ଜବାବ ଦେବାକୁ ପୋଲିସ ପାଲଟା ଗୁଳି ଚାଳନା କରିଥିଲେ।ତେବେ ପୋଲିସ ଗୁଳି ,ମନୋଜ ଙ୍କ ଡାହାଣ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଥିଲେ।ପୋଲିସ ମନୋଜ କୁ କାବୁ କରିବା ସହ ମନୋଜ ଙ୍କ ଚିକିତ୍ସା ପାଈଁ ଏସସିବି ରେ ଭର୍ତ୍ତି କରାଯାଇଛି।
ତେବେ ମନୋଜ ଙ୍କ ନିକଟରୁ ପୋଲିସ ଏକ ବନ୍ଧୁକ,2 ଟି ଜୀବନ୍ତ ଗୁଳି,ବ୍ୟବହାର କରୁଥିବା ଏକ ନାଲି ରଙ୍ଗର ହୁଣ୍ଡାଇ କାର କୁ ଜବତ କରିଛି।ମନୋଜଙ୍କ ବିରୋଧରେ ବିଭିନ୍ନ ଥାନାରେ 18 ରୁ ଉର୍ଧ୍ୱ ମାମଲା ଥିବା ପୋଲିସ ସୂଚନା ଦେଇଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.