କଟକ: ଲକଡାଉନ ସମୟରେ ସହଯୋଗ କରିବା ପାଇଁ ଓଡ଼ିଶାର ଜନ ସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଡିଶା ପୋଲିସ ଡ଼ିଜି। ଏହି ସମୟରେ ନିଜର ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ସମସ୍ତ ଡାକ୍ତର ନର୍ସ ମେଡିକାଲ କର୍ମଚାରୀଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।
ଏହି ଲକଡାଉନ ସମୟରେ ନିଜର ଅଭିଯୋଗ ପାଇଁ ଥାନା ଓ ଏସପି ଅଫିସ ଆସିବା ଅସମ୍ଭବ ବୋଲି ଅଭୟ ପ୍ରକାଶ କରିଛନ୍ତି । ତେଣୁ ରାଜ୍ୟବାସୀଙ୍କ ପାଇଁ ୫୦୦ଟି ହେଲ୍ପଲାଇନ ନମ୍ବର ଜାରି ହୋଇଛି । ଏହା ପୋଲିସ ୱେବସାଇଟରେ ଉପଲବ୍ଧ ରହିଥିବା ସେ ପ୍ରକାଶ କରିଛନ୍ତି । ଏଥିରେ କେବଳ ଆଇନଶୃଙ୍ଖଳା ଜନିତ କଲ କରିବା ପାଇଁ ଶ୍ରୀ ଅଭୟ ଅନୁରୋଧ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ