ETV Bharat / city

ଡିଜି ଡାକିଲେ ବୈଠକ, ଟ୍ବିନସିଟିରେ ଅପରାଧ ରୋକିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ

author img

By

Published : Oct 16, 2020, 10:56 PM IST

ଟ୍ବିନସିଟିରେ ଅପରାଧ ରୋକିବାକୁ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଦୂର୍ଗା ପୂଜା ସମୟରେ କିଭଳି ଦୁଇ ସହରରେ ଶାନ୍ତି ସ୍ଥାପନ ହୋଇ ପାରିବ ସେନେଇ ହେଲା ଆଲୋଚନା । ଅଧିକ ପଢ଼ନ୍ତୁ...

ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ଅପରାଧ ରୋକିବାକୁ ପ୍ରସ୍ତୁତ ହେଲା ବ୍ଲୁପ୍ରିଣ୍ଟ

କଟକ: କଟକରେ ପୋଲିସ ଡିଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ କିଭଳି ଟ୍ବିନ ସିଟିରେ ଅପରାଧ ଉପରେ ଅଙ୍କୁଶ ଲଗାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା । ବିଶେଷ କରି ଦୂର୍ଗା ପୂଜା ସମୟରେ କିଭଳି ଦୁଇ ସହରରେ ଶାନ୍ତି ସ୍ଥାପନ ହୋଇ ପାରିବ ସେନେଇ ଜୋର ଦେଇଥିଲେ ପୋଲିସ ଡିଜି ଅଭୟ ।

ଏହାଛଡ଼ା କଟକ ଓ ଭୁବନେଶ୍ବରରେ ଚାନ୍ଦା ଆଦାୟ ଓ ଦାଦାବଟି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଭଳି କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏହି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ଏହାଛଡ଼ା ପୂଜା ସମୟରେ ବିଭିନ୍ନ ପୂଜା ମଣ୍ଡପରେ କିଭଳି ଲୋକଙ୍କ ଗହଳି ନହେବ ସେନେଇ ବିଶେଷ ଦୃଷ୍ଟି ଦିଆଯିବ । କୋଭିଡ ନିୟମ ଉଲ୍ଲଂଘନାକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଗତକିଛି ଦିନ ହେଲା ଟ୍ବିନସିଟିରେ ଅପରାଧିକ ମାମାଲା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ଡିଜିଙ୍କୁ ଅପରାଧିଙ୍କ ପାଇଁ ଏହି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ଆୟୋଜିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତରିକ୍ତ ଡିଜି କ୍ରାଇମ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶ, ଅତରିକ୍ତ ଆଇନ ଶୃଙ୍ଖଳା ଡିଜି, ଆଇନ ଶୃଙ୍ଖଳା ଆଇଜି, ଭୁବନେଶ୍ବର ଓ କଟକ ଡିସିପି ପ୍ରମୁଖ ଉପସ୍ଥିତ ରହିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.