ETV Bharat / city

କଟକରୁ 2 ଗଞ୍ଜେଇ ମାଫିଆ ଗିରଫ, ନଗଦ ୭୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ - କଟକରେ ବଢି ଚାଲିଛି ବେଆଇନ ଗଞ୍ଜେଇ କାରବାର

କଟକରୁ ୨ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଗିରଫ କରିବା ସହିତ ପ୍ରାୟ ୭୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛି । ଅଧିକ ପଢନ୍ତୁ

କଟକରୁ 2 ଗଞ୍ଜେଇ ମାଫିଆ ଗିରଫ, ନଗଦ ୭୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ

author img

By

Published : Feb 12, 2022, 3:48 PM IST

କଟକ: କମିଶନରେଟ ପୋଲିସ କବଜାରେ ଗଞ୍ଜେଇ ମାଫିଆ । ଦୁଇ ଜଣ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ । ଏମାନଙ୍କ ନିକଟରୁ ନଗଦ ୭୫ ଲକ୍ଷ ଟଙ୍କା ସହ ୨୦ କେଜି ଗଞ୍ଜେଇ, ସୁନା ଅଳଙ୍କାର, ଦୁଇଟି ମୋବାଇଲ ଜବତ କରାଯାଇଛି । ସ୍ପେଶାଲ ସ୍କ୍ବାର୍ଡ ଓ ବାଦାମବାଡ଼ି ଥାନା ପୋଲିସର ମିଳିତ ଚଢାଉରେ ଏହି ମାଫିଆଙ୍କୁ ଗିରଫ କରାଯାଇଛି ।

କଟକରୁ 2 ଗଞ୍ଜେଇ ମାଫିଆ ଗିରଫ, ନଗଦ ୭୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ

ଏମାନଙ୍କ ପରିଚୟ ନାରାୟଣ ପତି ଓରଫ ବିବୁ ଓ ସହଯୋଗୀ ଅବକାଶ ସ୍ଵାଇଁ ବୋଲି ଜଣାପଡିଛି । ଏମାନଙ୍କ ନିକଟରୁ ନଗଦ ୭୫ ଲକ୍ଷ ଟଙ୍କା ସହ ୨୦ କେଜି ଗଞ୍ଜେଇ, ସୁନା ଅଳଙ୍କାର, ଦୁଇଟି ମୋବାଇଲ ଜବତ କରାଯାଇଛି। କଟକ ସହରରେ ଗଞ୍ଜେଇ ବ୍ୟାପାର କରିଥିବା ସମୟରେ ସ୍ପେଶାଲ ସ୍କ୍ବାର୍ଡ ଓ ବାଦାମବାଡ଼ି ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ୪୨ ମୌଜା ସ୍ଥିତ ଘରେ ଚଢ଼ାଉ କରାଯାଇ ନଗଦ ଟଙ୍କା ସହ ଗଞ୍ଜେଇ ଜବତ କରିଥିଲା ପୋଲିସ ।

ନାରାୟଣ ବିରୋଧରେ ୨୦୦୫ ରୁ କଟକ ସହରର ବିଭିନ୍ନ ଥାନାରେ NDPS ଆକ୍ଟରେ ମାମଲା ଥିଲା । ଏଥିରେ ଆଉ କାହାର କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ କରୁଛି କଟକ କମିଶନରେଟ ପୋଲିସ । ନାରାୟଣ ପତି ନାଁରେ ରହିଛି 6 ଟି ମାମଲା । ଏହାସହ ସମ୍ପତ୍ତି ବ୍ୟାଜାପ୍ତି ପାଇଁ EDକୁ ସୂଚନା ଦେବ ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.