ETV Bharat / city

ସତ୍ୟଭାମାପୁର ବ୍ୟାଙ୍କ ଡକାୟତି ଘଟଣାରେ ବନ୍ଧା ହେଲେ ୪ ଲୁଟେରା

author img

By

Published : Nov 12, 2021, 5:26 PM IST

କଟକ ସତ୍ୟଭାମାପୁରରେ ବ୍ୟାଙ୍କ ଡକାୟତି ଘଟଣା । ଏ ମାମଲାରେ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ। ଅଧିକ ପଢନ୍ତୁ...

ବ୍ୟାଙ୍କ ଡକାୟତି ଘଟଣା : ବନ୍ଧା ହେଲେ ୪ ଲୁଟେରା

କଟକ: ଜଗତପୁର ଥାନା ଅନ୍ତର୍ଗତ ସତ୍ୟଭାମାପୁରରେ ବ୍ୟାଙ୍କ ଡକାୟତି ଘଟଣା । ଏ ମାମଲାରେ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ। ଏକ ଖେଳଣା ବନ୍ଧୁକ, ଦୁଇଟି ଗାଡି, ଏକ ମାରଣାସ୍ତ୍ର ଓ 5ଟି ଦାମି ମୋବାଇଲ, ଅଫୁଟା ଗୁଳି ସହ ୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଏହା ସହ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି କମିଶନରେଟ ପୋଲିସ ।

ସୂଚନା ଅନୁସାରେ, ଅକ୍ଟୋବର 4ରେ ଜଗତପୁର ଅଞ୍ଚଳର ଏକ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ 1 ଲକ୍ଷ ଅଧିକ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ପରେ ବ୍ୟାଙ୍କ କର୍ମଚାରୀ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ମାମଲା ଦାଏର କରିବା ପରେ ତଦନ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା ପୋଲିସ ।

ତେବେ ଅଧିକ ତଦନ୍ତ ପରେ ଆଜି (ଶୁକ୍ରବାର) 4 ଜଣଙ୍କୁ ଗିରଫ କରିଛି ପୋଲିସ । ଏହାରି ମଧ୍ୟରେ ଦୁଇ ଭାଇ ମାଷ୍ଟର ମାଇଣ୍ଡ ଲିପୁ ଓ ଦିପୁକୁ ଗିରଫ କରିଛି ପୋଲିସ । ଏହାସହ ସହଯୋଗୀ ଚିକୁ ଓ ବାବୁକୁ ଗିରଫ ମଧ୍ୟ କରାଯାଇଛି । ତେବେ ଏହି ଗ୍ୟାଙ୍ଗ ଅନେକ ବ୍ୟାଙ୍କ ଲୁଟରେ ସାମିଲ ଥିବା ନେଇ ସ୍ପଷ୍ଟ କରିଛନ୍ତି କଟକ ଡିସିପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.