କଟକ: ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ପିଟିସନ୍ ଦାଏର ହୋଇଛି ।
ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ କରିଛନ୍ତି । ସେହିପରି କଟକ ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପିଟିସନ୍ ଦାଖଲ କରିଥିବାବେଳେ ପୁରୀ ପାଇଁ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଦ୍ୱାରା ପିଟିସନ୍ ଦାଖଲ କରାଯାଇଛି ।
୩ଟି ଯାକ ମାମଲାର ଆଡଭୋକେଟ ଅଛନ୍ତି ପୀତାମ୍ବର ଆଚାର୍ଯ୍ୟ । ତୁରନ୍ତ ନିର୍ବାଚନ କରିବାକୁ ଆବେଦନରେ ପାର୍ଥନା କରାଯାଇଛି।କଟକ ,ଭୁବନେଶ୍ୱର ଓ ପୁରୀ ଅଞ୍ଚଳର ବାସିନ୍ଦା ମାମଲା ଦାଏର କରିଛନ୍ତି । କଟକର ସମୀର ଦେ, ପୁରୀର ଜୟନ୍ତ ଷଡଙ୍ଗୀ ଓ ଭୁବନେଶ୍ୱରର ପ୍ରସନ୍ନ କୁମାର ମିଶ୍ର ମାମଲା ଦାଏର କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ