ETV Bharat / city

ତାରାଙ୍କୁ ପିସିସିର ଚେକ, କୋରାପୁଟରେ ଆଦିବାସୀଙ୍କୁ ଛାଡି ରାଜନୀତି କରାଯିବ ନାହିଁ - କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

କୋରାପୁଟ ଜିଲ୍ଲା କଂଗ୍ରେସକୁ ନେଇ ବିଧାୟକ ତାରା ବାହିନୀପତିଙ୍କୁ କଂଗ୍ରେସର ଚେକ । କୋରାପୁଟରେ ଆଦିବାସୀଙ୍କୁ ଛାଡି ରାଜନୀତି କରାଯିବ ନାହିଁ । ଆଜି ପ୍ରଦେଶ କଂଗ୍ରେସର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଅଧିକ ପଢନ୍ତୁ...

PCC Executive president Pradeep majhi pressmeet on Taraprasad Bahinipati
ତାରାଙ୍କୁ ପିସିସିର ଚେକ, କୋରାପୁଟରେ ଆଦିବାସୀଙ୍କୁ ଛାଡି ରାଜନୀତି କରାଯିବ ନାହିଁ
author img

By

Published : Aug 24, 2021, 5:34 PM IST

ଭୁବନେଶ୍ବର: ପ୍ରଦେଶ କଂଗ୍ରେସରେ ତେଜିଲା କୋରାପୁଟ କଂଗ୍ରେସ କଳି । ତାରାଙ୍କୁ ଜବାବ ଦେଲେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । କୋରାପୁଟରେ ଆଦିବାସୀ ଲୋକଙ୍କୁ ଛାଡି ରାଜନୀତି କରାଯିବ ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରଦୀପ ମାଝୀ ।

ତାରାଙ୍କୁ ପିସିସିର ଚେକ, କୋରାପୁଟରେ ଆଦିବାସୀଙ୍କୁ ଛାଡି ରାଜନୀତି କରାଯିବ ନାହିଁ

କୋରାପୁଟ କଂଗ୍ରେସର ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ତାରାଙ୍କୁ ପ୍ରଦୀପଙ୍କ ଆଟାକ ,ତାରାଙ୍କୁ ପ୍ରଦେଶ କଂଗ୍ରେସ ଚେତାବନୀ ଦେଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନାଁରେ ଅଶାଳୀନ ମନ୍ତବ୍ୟ ଦିଆଯାଉଛି। ଏହାକୁ ତୀବ୍ର ନିନ୍ଦା କରିଛି ପ୍ରଦେଶ କଂଗ୍ରେସ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀଙ୍କୁ ଛାଡି ରାଜନୀତି କରାଯାଇ ପାରିବ ନାହିଁ। କଂଗ୍ରେସରେ କିଏ ରହିବ କିଏ ନ ରହିବ ପିସିସି ନିଷ୍ପତ୍ତି ନେବ । ଅନ୍ୟ କେହି ନିଷ୍ପତ୍ତି ନେଇ ପାରିବେନି ସିଧାସଳଖ ତାରାଙ୍କୁ ସୂଚାଇ ଦେଇଛନ୍ତି ପ୍ରଦୀପ।

କିଛି ଦିନ ପୂର୍ବରୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି ଓ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତାଙ୍କୁ ଗତ ବିଧାନସଭା ନିର୍ବାଚନରେ ହରାଇବାରେ ଭୂମିକା ଗ୍ରହଣ କରିଥିଲେ ବୋଲି କୁଲେସିକା କହିଥିଲେ । ଦଳର ନେତାମାନେ ବହୁ ବୁଝାସୁଝା ପରେ ସେ ଇସ୍ତଫା ପ୍ରତ୍ୟାହାର କରି ନେଇଛନ୍ତି । ଏନେଇ ସବୁ ଜିଲ୍ଲାର ସଭାପତିଙ୍କ ନେଇ ବୈଠକ ହୋଇଥିଲା। ଏହାକୁ ସମସ୍ତେ ନିନ୍ଦା କରିଛନ୍ତି। ସପ୍ତଗିରି ଉଲ୍ଲାକା ଏକ ମାତ୍ର ସାଂସଦ ଭାବେ ଜିତି ଆସିଛନ୍ତି। ପର୍ଯ୍ୟାୟ କ୍ରମେ ଜଣ ଜଣ କରି ବିଧାୟକ ଓ ନେତାଙ୍କୁ ଟାର୍ଗେଟ କରାଯାଉଛି। ଏହା ପଛରେ ଷଡଯନ୍ତ୍ର ଥିବା ପରି ମନେ ହେଉଛି। ଯିଏ ବି ବିଭିନ୍ନ ସମୟରେ ମନ୍ତବ୍ୟ ଦେଉଛନ୍ତି ପିସିସି ନିଷ୍ପତ୍ତି ନେବ ଆଗାମୀ ଦିନରେ କଣ କରାଯିବ। ପ୍ରଭାରୀଙ୍କୁ ଅବଗତ କରାଯିବ ବୋଲି ପ୍ରଦୀପ ମାଝୀ କହିଛନ୍ତି । ଆସନ୍ତା ୩୧ ତାରିଖରେ ଓଡିଶା ପ୍ରଭାରୀ ଚେଲ୍ଲାକୁମାର ଆସିବେ। ପିସିସି ସଭାପତିଙ୍କ ଆଗରେ କଣ କରାଯିବ ତାହା ନିଷ୍ପତ୍ତି ନିଆଯିବ।

ଦଳର 12 ଜଣ ପୂର୍ବତନ ବିଧାୟକ ପ୍ରାର୍ଥୀ ନିନ୍ଦା କରିବା ସହିତ କୈଳାଶ କୁଲେସିକାଙ୍କୁ ସମର୍ଥନ କରୁଛନ୍ତି। ତାରା ଆଧିପତ୍ୟ ଜାହିର କରିବା ଅଭ୍ୟାସ ଛାଡ଼ନ୍ତୁ ବୋଲି ତାରାଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ପ୍ରଦୀପ । ପିସିସି କମ୍ପ୍ରମାଇଜ କରିବନି। ତାରାଙ୍କ ଅଶାଳୀନ ମନ୍ତବ୍ୟକୁ କମ୍ପ୍ରମାଇଜ କରାଯିବ ନାହିଁ। କଂଗ୍ରେସର ସବୁ ନେତା ଏହାକୁ ତୀବ୍ର ଘୃଣା କରୁଛୁ । ଅବିଭକ୍ତ କୋରାପୁଟରେ ଆଧିପତ୍ୟ ଜାହିର କରିବା ଅଭ୍ୟାସ ଛାଡ଼ନ୍ତୁ। କୋରାପୁଟରେ ତାରା ସମସ୍ତ କଂଗ୍ରେସ ନେତାଙ୍କୁ କରୁଛନ୍ତି ଟାର୍ଗେଟ। ଆଗକୁ ଏହାକୁ ବରଦାସ୍ତ କରାଯିବନି । ଆଦିବାସୀ ନେତାଙ୍କୁ ଛାଡି କୋରାପୁଟରେ ରାଜନୀତି ସମ୍ଭବ ନୁହେଁ । କଂଗ୍ରେସରେ କିଏ ରହିବ କିଏ ନ ରହିବ ତାହାର ନିଷ୍ପତ୍ତି ପିସିସି ନେବେ । କାହାର ଏକଛତ୍ରବାଦ ଶାସନ ଚଳିବ ନାହିଁ । ସାମ୍ବାଦିକ ସମ୍ମିଳନୀରେ ପିସିସି ନିଷ୍ପତ୍ତି ଜଣାଇଲେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ।

ସେପଟେ ପ୍ରଦୀପଙ୍କୁ ସିଧାସଳଖ ଆଟାକ କରିଛନ୍ତି ବିଧାୟକ ତାରା। ପ୍ରଦୀପ ମାଝୀ ସବୁ ଅଶାନ୍ତି ସୃଷ୍ଟି କରୁଛନ୍ତି ବୋଲି ତାରା କହିଛନ୍ତି। ପ୍ରଦୀପ ମାଝୀ ଜନତା ଦଳରୁ ଆସିଛନ୍ତି । ସେ ଯଦି ଆଦିବାସୀଙ୍କ କାମ କରିଛନ୍ତି ତେବେ ଦୁଇ ଦୁଇ ଥରେ କେମିତି ହାରିଛନ୍ତି ବୋଲି କରିଛନ୍ତି । ଏହା ସହ ପଟାଙ୍ଗୀର ପୂର୍ବତନ ବିଧାୟକ ରାମ କାଡାମ ଓ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖରେ ମାଝୀଙ୍କୁ ଏବଂ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ସହାୟତା କରିଛି।

କୋରାପୁଟ ଜିଲ୍ଲାରେ ମୁଁ ସମସ୍ତଙ୍କୁ ସହାୟତା କରିଛି। ପିସିସି ସଭାପତି ମନ ଇଚ୍ଛା ସଭାପତି ଓ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ମୁଁ କଂଗ୍ରେସରେ ଅଛି ଆଗକୁ ମଧ୍ୟ ରହିବି। ଆଗାମୀ ଦିନରେ 50 ହଜାରରୁ ଊର୍ଦ୍ଧ୍ବ ଲୋକ ଆଣି ସମ୍ମିଳନୀ କରିବି। ମୁଁ କାହାକୁ ଡରେନି। ରାଜନୀତିରେ ରହେ କି ନ ରହେ ଆଦିବାସୀ ଲୋକଙ୍କ ସହିତ ରହିଛି ରହିବି ବୋଲି ତାରା କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.