ETV Bharat / city

ସୁବିଧାରେ ହେବ ପାସପୋର୍ଟ ଯାଞ୍ଚ ପ୍ରକ୍ରିୟା, ଓଡିଶା ପୋଲିସ କଲା ଆପ ଲଞ୍ଚ୍‌ - ପାସପୋର୍ଟ ଯାଞ୍ଚ ଆପ

ଶୀଘ୍ର-ସରଳ ହେବ ପାସପୋର୍ଟ ଯାଞ୍ଚ ପ୍ରକ୍ରିୟା । ଏଥିପାଇଁ ଆପ ଲଞ୍ଚ କରିଛି ଓଡିଶା ପୋଲିସ । ଅଧିକ ପଢନ୍ତୁ..

ସୁବିଧାରେ ହେବ  ପାସପୋର୍ଟ ଯାଞ୍ଚ ପ୍ରକ୍ରିୟା , ଓଡିଶା ପୋଲିସ  ଆପ  ଲଞ୍ଚ୍

author img

By

Published : Mar 15, 2021, 10:46 PM IST

କଟକ: ପାସପୋର୍ଟ ଯାଞ୍ଚ ଦିଗରେ ଓଡିଶା ପୋଲିସ ନେଇଛି ସ୍ବତନ୍ତ୍ର ପଦକ୍ଷେପ । ରାଜ୍ୟ ପୋଲିସ ପକ୍ଷରୁ ଲଞ୍ଚ ହୋଇଛି "ଏମ ପୋଲିସ" ଆପ । ଏହା ପାସପୋର୍ଟର ତୁରନ୍ତ ଯାଞ୍ଚ କରିବ ।

ଓଡିଶା ପୋଲିସ 5ଟି କାର୍ଯ୍ୟକ୍ରମକୁ ଆଧାର କରି ‘ଏମ ପୋଲିସ’ ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ କରିଛି । ଫଳରେ ଥାନା ଗୁଡିକର ପାସପୋର୍ଟ ଯାଞ୍ଚ ଖୁବ ସହଜରେ ହୋଇ ପାରିବ । ଏହି ଯୋଜନାରେ ରାଜ୍ୟର 553 ଟି ଥାନାକୁ ଦିଆଯିବ ଟାଵଲେଟ । ପ୍ରଥମ ପର୍ଯ୍ୟାୟରେ 100 ଟି ଟାଵଲେଟ ବଣ୍ଟନ ହେଉଥିଲାବେଳେ ଅବଶିଷ୍ଟ ଥାନାକୁ ମାର୍ଚ୍ଚ 25 ମଧ୍ୟରେ ବଣ୍ଟନ ପ୍ରକ୍ରିୟା ଶେଷ କରାଯିବ । ପୂର୍ବରୁ ପାସପୋର୍ଟ ପାଇଁ ଆବେଦନ କରିବା ପରେ ଯାଞ୍ଚ ପାଇଁ ଡାକ ଯୋଗେ ଜିଲ୍ଲା ପୋଲିସ ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟର ସେକ୍ସନକୁ ଆସୁଥିଲା । ସେଠାରୁ ଥାନାକୁ ପଠାଯାଉଥିଲା । ଉଚ୍ଚ ଅଧିକାରୀମାନେ ପାସପୋର୍ଟ ଯାଞ୍ଚ କରିବା ପରେ ଥାନାକୁ ପଠାଉଥିଲେ । କିନ୍ତୁ ଏହି ‘ଏମ ପୋଲିସ’ ବ୍ୟବସ୍ଥା ଦ୍ବାରା କୌଣସି ଅସୁବିଧା ଉପୁଜିବ ନାହିଁ । ଅନଲାଇନରେ ଆବେଦନକାରୀଙ୍କ ବିବରଣୀ ପୋଲିସ ଅଧିକାରୀଙ୍କ ପାଖରେ ପହଞ୍ଚିବ ।

ପରେ ଟାଵଲେଟ ଜରିଆରେ ତାହାର ଯାଞ୍ଚ ହେବ ଆଉ ରିପୋର୍ଟ ମଧ୍ୟ ପ୍ରଦାନ କରିହେବ । ଏହି ବ୍ୟବସ୍ଥା ମଧ୍ୟରେ ସାଧାରଣ ଲୋକମାନେ ପାସପୋର୍ଟ ପାଇବାର ସଫଳ ହେବେ ବୋଲି ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.