କଟକ: ପାରୋଲରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା । ମାହାଙ୍ଗା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜେଲରୁ ଘରକୁ ପାରୋଲରେ ଆସିଥିଲେ କଏଦୀ। ଜେଲକୁ ଫେରିବାର ଦିନ ମଧ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଜଣକ ଫେରିବା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି କଏଦୀ ଜଣଙ୍କ ।
ସୂଚନା ଅନୁସାରେ, କଟକ ମହାଙ୍ଗାର ରାଜକିଶୋର ନାୟକ ଗତ 2008 ମସିହା ନଭେମ୍ବର ମାସରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ ଚୌଦ୍ବାର ଜେଲରେ ଆଜୀବନ ସଜା କାଟୁଥିଲେ । ସରକାରଙ୍କ କୋଭିଡ ନିୟମ ଅନୁଯାୟୀ 12 ବର୍ଷ ପରେ ସେ 4 ମାସ ପାଇଁ ଘରକୁ ଆସିଥିଲେ । ହେଲେ ଏବେ ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟ ଘଟିଛି । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି କରିବା ସହ ତଦନ୍ତ ଆରମ୍ଭ କରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ