ETV Bharat / city

ପରୀ ହତ୍ୟା ମାମଲା; ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କୁ ସୁରକ୍ଷା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - protection of Laxmiprasad Sarpanch

ପରୀ ହତ୍ୟାକାଣ୍ଡ ମାମଲାରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ପରୀ ହତ୍ୟା ମାମଲା
ପରୀ ହତ୍ୟା ମାମଲା
author img

By

Published : Dec 10, 2020, 1:26 PM IST

କଟକ: ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ନିଜର ସୁରକ୍ଷା ଲୋଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସରପଞ୍ଚ ।

ଏ ସମ୍ପର୍କରେ ଏସପିଙ୍କୁ 15 ଦିନ ମଧ୍ୟରେ ଆବେଦନ କରିବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆବେଦନର ସପ୍ତାହକ ମଧ୍ୟରେ କାର୍ଯ୍ୟନୁଷ୍ଠାନ ନେବାକୁ ନୟାଗଡ ଏସପିଙ୍କୁ କୋର୍ଟ କହିଛନ୍ତି।

ସୂଚନାଥାଉକି, ପରୀ ହତ୍ୟାକାଣ୍ଡ ମାମଲାରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ତାଙ୍କ ବାପାଙ୍କ ସମର୍ଥନରେ ରହିବା ସହ ପ୍ରକୃତ ଦୋଷୀକୁ ଧରିବାକୁ ଅନେକ ପ୍ରୟାସ କରିଛନ୍ତି । ଯାହାକୁ ନେଇ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ହାଇକୋର୍ଟରେ ସୁରକ୍ଷା ପାଇଁ ଆବେଦନ କରିଥିଲେ ।

ଏପଟେ ପରୀ ହତ୍ୟାକାଣ୍ଡରେ ଏସଆଇଟି ତଦନ୍ତ କରୁଥିବାବେଳେ ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରୁଛି । ଏହାସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ମଧ୍ୟ ଦାବି କରି ଆନ୍ଦୋଳନ ଚଳାଇଛି ଦଳ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.