କଟକ: ବାଜି ସାରିଛି ପଞ୍ଚାୟତ ନିର୍ବାଚନୀ ବିଗୁଲ । ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରିପୋର୍ଟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯାଇ ସାରିଛି । ତେବେ କୌଣସି ପରିସ୍ଥିତିରେ ନିର୍ବାଚନ ଘୁଞ୍ଚିବାର ସମ୍ଭାବନା ନାହିଁ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ।
ରାଜ୍ୟ ନିର୍ବାଚନ କମିଶନ ଏଥିପାଇଁ କେଉଁ ତାରିଖ ଘୋଷଣା କରୁଛନ୍ତି । ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଶା କରାଯାଉଛି ଠିକଣା ସମୟରେ ଏହି ବିଜ୍ଞପ୍ତି ଜାରି ହେଵ । ଅବାଧ ଏବଂ ନିରପେକ୍ଷ ଭାବରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ