ETV Bharat / city

ରସଗୋଲା ଆମର କହି ଚର୍ଚ୍ଚାରେ କଟକ ଝିଅ, ମିଠା ଖୁଆଇଲା ପାହାଳ ଫାଉଣ୍ଡେସନ

author img

By

Published : Oct 27, 2021, 10:25 AM IST

ଜାତୀୟସ୍ତରରେ ରସଗୋଲା ଆମର କହି ସାରା ରାଜ୍ୟବାସୀଙ୍କ ମନ ଜିଣିଥିବା କଟକ ଝିଅ ସ୍ଥିତିପଦ୍ମା ଦାଶଙ୍କୁ ପାହାଳ ରୋସଗୋଲା ଫାଉଣ୍ଡେସନ ପକ୍ଷରୁ ସମ୍ମାନିତ । ଅଧିକ ପଢନ୍ତୁ...

ରସଗୋଲା ଆମର କହି ଚର୍ଚ୍ଚାରେ କଟକ ଝିଅ, ସାବାସି ଜଣାଇଲା ପାହାଳ ଫାଉଣ୍ଡେସନ

କଟକ: ଜାତୀୟସ୍ତରରେ ରସଗୋଲା ଆମର କହି ସାରା ରାଜ୍ୟବାସୀଙ୍କ ମନ ଜିଣିଥିବା କଟକ ଝିଅ ସ୍ଥିତିପଦ୍ମା ଦାଶଙ୍କୁ ପାହାଳ ରୋସଗୋଲା ଫାଉଣ୍ଡେସନ ପକ୍ଷରୁ ସମ୍ମାନିତ । ପାହାଳ ରୋସଗୋଲା ଫାଉଣ୍ଡେସନ ସ୍ଥିତ ପ୍ରଜ୍ଞାଙ୍କୁ ତାଙ୍କ ଚମତ୍କାର ଉତ୍ତର ପାଇଁ ସାବାସି ଜଣାଇଛି ।

ସୋନି ଟିଭିରେ ପ୍ରସାରିତ ସୋ’ ସାରେଗାମାପାରେ ସ୍ଥିତିପଦ୍ମାଙ୍କୁ ରସଗୋଲା ଓଡ଼ିଶାର ନା ବେଙ୍ଗଲର ବୋଲି ପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନର ଉତ୍ତରରେ ଭିନ୍ନ ଏକ ଶୈଳୀରେ ରସଗୋଲା ଓଡ଼ିଶାର ବୋଲି କହି ସ୍ଥିତିପଦ୍ମା ସମସ୍ତଙ୍କ ମନ କିଣି ନେଇଛନ୍ତି । ସୋସିଆଲ ମିଡିଆରେ କେବଳ ସ୍ଥିତିପଦ୍ମାଙ୍କ ପ୍ରଶଂସାର ବର୍ଷା ହେଉଛି । ଏନେଇ ପାହାଳ ଫାଉଣ୍ଡେସନର ସଭାପତି ଅକ୍ଷୟ କୁମାର ଲେଙ୍କା ଓ ଗାୟତ୍ରୀ ଲେଙ୍କା ପ୍ରମୁଖ ସ୍ଥିତିପଦ୍ମାଙ୍କୁ ରସଗୋଲା ଖୁଇବା ସହ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ଅବସରରେ ବ୍ୟବସାୟୀ ସଙ୍ଘର କାର୍ଯ୍ୟକର୍ତ୍ତାଙ୍କ ସମେତ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାଷ ଚନ୍ଦ୍ର ସାହୁ, ତପନ କୁମାର ସାହୁ, ଶୁଭକାନ୍ତ ମହାନ୍ତି, ବିଶ୍ବରଞ୍ଜନ ସାହୁ ଓ ଅନୀଲ କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.