ETV Bharat / city

SCB ରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 9, 2021, 10:55 PM IST

କଟକ ଏସସିବି ମେଡିକାଲରେ 2 ଟି ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ।

SCB medical college of cuttack
SCB ରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ: ଏସସିବି ମେଡିକାଲ ରେ 2 ଟି ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ଏହାସହ ସମଗ୍ର ରାଜ୍ୟର ୭ଟି ଜିଲ୍ଲାର ସ୍ବାସ୍ଥ୍ୟ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ମାନଙ୍କରେ ସ୍ବାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ପଦକ୍ଷେପ ସ୍ବରୂପ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହୋଇଛି।

କଟକରେ ଏସସିବି ମେଡିକାଲ ଓ ହସ୍ପିଟାଲରେ ୨ଟି ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ(13 kl) ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାର ଶିଳାନ୍ୟାସ କରିବା ସହ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ (600LPM) ର ଉତ୍ପାଦନ ଏବଂ ବଣ୍ଟନ ବ୍ୟବସ୍ଥା(PSA) ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରାଜିଛି । ଏବଂ ଏଥି ସହିତ ୧୨ କୋଟି ଟଙ୍କାରେ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଠାରେ ସୂଚନାଯୋଗ୍ୟ ଯେ ଏହି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଛାତି, ଯକ୍ଷ୍ମା ରୋଗ ଆଦି ୱାର୍ଡକୁ ସିଧା ସଳଖ ଅକ୍ସିଜେନ ଯୋଗାଇ ଦିଆଯାଇପାରିବ। କୋଭିଡ ପରବର୍ତ୍ତୀ ଚିକିତ୍ସା ଭଲଭାବରେ ଉପଲବ୍ଧ ମଧ୍ୟ ହୋଇପାରିବ । ତେବେ ଏହି କାମ ଶୀଘ୍ର ଆରମ୍ଭ ହୋଇ ଶୀଘ୍ର ଶେଷ ହେବ ବୋଲି କହିଛନ୍ତି ଆରଡିସି ଅନୀଲ କୁମାର ସାମଲ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.