ETV Bharat / city

ମହାନଦୀ ମଝିରେ ବୁଲିବୁଲି ଖାଇବାର ମଜା, ସଞ୍ଜ ନଇଁଲେ ବଢୁଛି ଭିଡ

ମହାନଦୀର ନୀଳ ଜଳ ରାଶିରେ ପ୍ରଥମ ଥର ପାଇଁ ଫ୍ଲୋଟିଂ ରେସ୍ତୋରାଁ ଆରମ୍ଭ ହୋଇଛି । ଓଟିଡିସି ପକ୍ଷରୁ ଏଭଳି ଏକ ନୂଆ ଧରଣର ରେସ୍ତୋରାଁ ଖୋଲାଯାଇଛି। ଏକାସାଙ୍ଗରେ 8 ଜଣ ବସି ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Oct 29, 2021, 2:18 PM IST

ମହାନଦୀରେ ଫ୍ଲୋଟିଂ ରେସ୍ତୋରାଁ; ସଞ୍ଚ ନଇଁଲେ ବଢୁଛି ଭିଡ

କଟକ: ସିଲଭର ସିଟି ପର୍ଯ୍ୟଟନ ମାନଚିତ୍ରରେ ପୁଣି ଏକ ନୂଆ ଆକର୍ଷଣ ଯୋଡ଼ି ହୋଇ ଯାଇଛି। ମହାନଦୀର ନୀଳ ଜଳ ରାଶିରେ ପ୍ରଥମ ଥର ପାଇଁ ଫ୍ଲୋଟିଂ ରେସ୍ତୋରାଁ ଆରମ୍ଭ ହୋଇଛି । ମହାନଦୀ କୂଳରେ ଗଢି ଉଠିଥିବା ସିଲଭର୍‌ ସିଟି ବୋଟ୍‌ କ୍ଲବ୍‌ରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ପକ୍ଷରୁ ଏଭଳି ଏକ ନୂଆ ଧରଣର ରେସ୍ତୋରାଁ ଖୋଲାଯାଇଛି। ଏକାସାଙ୍ଗରେ 8 ଜଣ ବସି ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଜଳରାଶୀରେ ଭାସି ଭାସି ଖାଇବାର ମଜା ଟିକେ ନିଆରା । ଏଠାରେ ମଧ୍ୟ ବାର୍ଥ ଡେ ପାର୍ଟ ସହ ରିଙ୍ଗସେରିମନି ଭଳି କାର୍ଯ୍ୟକ୍ରମ ହୋଇଥାଏ । କାର୍ଯ୍ୟକ୍ରମ ସମୟରେ ଗ୍ରାହକଙ୍କ ସୁରକ୍ଷା ପାଇଁ ଲାଇଫ ଗାର୍ଡ ମଧ୍ୟ ମୁତୟନ ରଖାଯିବାର ବ୍ୟବସ୍ଥା କରଯାଇଛି ।

ଘଣ୍ଟା ପ୍ରତି ହିସାବରେ ଏଠାରେ ଗ୍ରାହକମାନଙ୍କୁ ଦେୟ ଦେବାକୁ ପଡିଥାଏ । ଏହି ରେସ୍ତୋରାଁ ଉପରେ ସୋଲାର ପ୍ୟାନେଲ୍‌ ରହିଛି । ଏଲ୍‌ଇଡି ଲାଇଟ୍‌ରେ ଏହାକୁ ସୁସଜ୍ଜିତ କରାଯାଇଛି। ଫଳରେ ସନ୍ଧ୍ୟା ସମୟରେ ବି ପର୍ଯ୍ୟଟକମାନେ ରେସ୍ତୋରାଁରେ ଖାଇବାର ମଜା ନେଇ ପାରିବେ। ଗ୍ରାହକଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଓଟିଡିସି ପକ୍ଷରୁ ଏହି ସେବା ଆରମ୍ଭ ହେବା ପରେ କଟକିଆଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏହି ହଜାର ବର୍ଷ ସହରରେ ଅନେକ କିଛି କୀର୍ତ୍ତି ଓ ଇତିହାସ ରହିଛି । ତେବେ ଏହି ଇତିହାସରେ ବର୍ତ୍ତମାନ ଫ୍ଲୋଟିଂ ରେସ୍ତୋରାଁ ଯୋଡି ହୋଇଛି । ଯାହା ଓଡିଶାରେ ପ୍ରଥମ । ତେବେ ଏହା ଆରମ୍ଭ ହେବା ପରେ କଟକ ପର୍ଯ୍ୟଟନ ଦିଗରେ ଆହୁରି ମଜଭୁତ ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.