ETV Bharat / city

ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ OSSTET ପରୀକ୍ଷାର୍ଥୀ - ଓଏସଏସଟିଇଟି ପରୀକ୍ଷାର୍ଥୀଙ୍କ ପ୍ରତିବାଦ

କଟକ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଓଏସଏସଟିଇଟି ପରୀକ୍ଷାର୍ଥୀଙ୍କ ପ୍ରତିବାଦ । OSSTET ପରୀକ୍ଷାରେ ବ୍ୟାପକ ତ୍ରୁଟି ଅଭିଯୋଗ । ଅଧିକ ପଢନ୍ତୁ...

OSSTET Examinee
ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ
author img

By

Published : Oct 1, 2021, 4:32 PM IST

କଟକ: ବୋର୍ଡ କାର୍ଯ୍ୟାଳୟ ଆଗରେ ଗର୍ଜିଲେ OSSTET (Odisha Secondary School Teachers Eligibility Test ) ପରୀକ୍ଷାର୍ଥୀ। ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ହାଇସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ତ୍ରୁଟି ହୋଇଥିବା ନେଇ ଆନ୍ଦୋଳନ କରିଛନ୍ତି OSSTET ପରୀକ୍ଷାର୍ଥୀ ।

ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ

ରାଜ୍ୟରେ ଶିକ୍ଷକ ଏଲିଜିବିଲିଟି ପରୀକ୍ଷାରେ ବ୍ୟାପକ ତ୍ରୁଟି ହୋଇଥିବା ଅଭିଯୋଗ । ଏନେଇ ଆଜି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସାମାନରେ ଆନ୍ଦୋଳନ କରିଛନ୍ତି ପରୀକ୍ଷାର୍ଥୀ । ଏହାକୁ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟିଥିଲେ କୌଣସି ସୁଫଳ ମିଳିନାହିଁ। ଯାହାକୁ ନେଇ ଭବିଷ୍ୟତ ଅନ୍ଧକାର ମୁଁହା ବୋଲି କହିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ । ତେବେ ଯଦି ଆଗମୀ ଦିନର କୌଣସି ବି ଦକ୍ଷ ଛାତ୍ରଛାତ୍ରୀ ଶିକ୍ଷକ ପଦବୀରୁ ବଞ୍ଚିତ ହୁଏ ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଦାୟୀ ରହିବା ନେଇ ସ୍ପଷ୍ଟ କରିଛନ୍ତି ଛାତ୍ରଛାତ୍ରୀ ।

ସୂଚନାଥାଉକି ଗତ ସେପ୍ଟେମ୍ବର ୧ ତାରିଖ ଦିନ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଏସଏସଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ରାଜ୍ୟର ବିଏଡ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଭାଗ ନେଇଥିଲେ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.