ETV Bharat / city

ଆଗୁଆ ଜାମିନ ଆବେଦନ କଲେ ବିରଞ୍ଚିଙ୍କ ସଢୁ - ବିରଞ୍ଚି ସଢୁ କଲେ ଜାମିନ ଆବେଦନ

ଆଗୁଆ ଜାମିନ ଆବେଦନ କଲେ ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଓଏସଏସସି ପିଏସଙ୍କ ସଢୁ । ଅଧିକ ପଢନ୍ତୁ...

ଆଗୁଆ ଜାମିନ ଆବେଦନ କଲେ OSSC ବିରଞ୍ଚିଙ୍କ ସଢୁ

author img

By

Published : Aug 7, 2021, 9:43 AM IST

Updated : Aug 7, 2021, 9:50 AM IST

କଟକ: ଆଗୁଆ ଜାମିନ ଆବେଦନ କଲେ ଗିରଫ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍‌ଏସସି) ପିଏସଙ୍କ ସଢୁ । ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ସଢୁ ମନୋରଞ୍ଜନ ସାହୁ ସମ୍ଭାବ୍ୟ ଗିରଫଦାରୀ ଆଶଙ୍କା କରି ଆଗୁଆ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ।

ବିରଞ୍ଚିଙ୍କ ବିରୋଧରେ ରୁଜୁ ଭିଜିଲାନ୍ସ ମାମଲାରେ ମ‌େନାରଞ୍ଜନ ଆଗୁଆ ଜାମିନ ପ୍ରଦାନ ପାଇଁ ନିବେଦନ କରି ହାଇକୋର୍ଟରେ ଏହି ଆବେଦନ ଦାୟର କରିଛନ୍ତି । ସୂଚନା ଅନୁଯାୟୀ ବିରଞ୍ଚିଙ୍କୁ ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି । ଏଥିରେ ବିରଞ୍ଚିଙ୍କୁ ପତ୍ନୀ ଓ ସଢୁ ମନୋରଞ୍ଜନ ସହାୟତା କରିଥିବା ଅଭିଯୋଗ ମଧ୍ୟ ହୋଇଛି ।

ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରି ନିଯୁକ୍ତି କ୍ଷେତ୍ରରେ ଚାଲିଥିବା ଘୋଟାଲାର ପର୍ଦ୍ଦାଫାସ ପାଇଁ ବିଭିନ୍ନ ସ୍ଥାନରେ ଦାବି ହେଉ ଥିବାବେଳେ ତଦନ୍ତକାରୀ ସଂସ୍ଥା ନଜରରେ ଅଛନ୍ତି ପତ୍ନୀ ଓ ସଢୁ । ପତ୍ନୀଙ୍କ ନାଁରେ ବିପୁଳ ପରିମାଣର ସଂପତ୍ତି ଠାବ ହୋଇ ଥିବାବେଳେ ସଢୁଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଥିଲା । ଫଳରେ ଗିରଫ ଆଶଙ୍କା କରି ବିରଞ୍ଚିଙ୍କ ସଢୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 7, 2021, 9:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.