ETV Bharat / city

Film Award Controversy: ସମସ୍ତ ପକ୍ଷକୁ ନୋଟିସ୍‌, ୧୩ରେ ମାମଲାର ଚୂଡାନ୍ତ ଶୁଣାଣି - ହାଇକୋର୍ଟରେ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାର ଚୂ଼ଡାନ୍ତ ଶୁଣାଣି

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିବାଦ ମାମଲା । ଆସନ୍ତା ୧୩ ତାରିଖରେ ହାଇକୋର୍ଟ ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

State Film Award Controversy: ଆସନ୍ତା ୧୩ରେ ମାମଲାର ଚୂଡାନ୍ତ ଶୁଣାଣି

author img

By

Published : Dec 10, 2021, 12:35 PM IST

କଟକ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ(State Film Award Dispute) ସମ୍ପର୍କିତ ମାମଲା । ଆସନ୍ତା 13 ତାରିଖରେ ମାମଲାର ଚୂଡାନ୍ତ ଶୁଣାଣି କରିବେ ହାଇକୋର୍ଟ । 13 ସୁଦ୍ଧା ଜବାବ୍ ଦାଖଲ ପାଇଁ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଛବିରାଣି ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମଙ୍କ ପକ୍ଷରୁ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଏହି ମାମଲା ଦାୟର କରାଯାଇଥିଲା । ବିଦେଶୀ ଫିଲ୍ମକୁ ଅନୁକରଣ କରି ନିର୍ମିତ ଚଳଚ୍ଚିତ୍ରକୁ ପୁରସ୍କାର ଦିଆଯାଇଛି, କିନ୍ତୁ ମୌଳିକ ଓଡି଼ଆ ଚଳଚ୍ଚିତ୍ର ପୁରସ୍କାରରୁ ବଞ୍ଚିତ ହୋଇଛି ।

ଏହା ବି ପଢନ୍ତୁ: State Film Award: ହାଇକୋର୍ଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ବିବାଦ

ନିୟମ ଉଲ୍ଲଙ୍ଘନ କରି ଯୋଗ୍ୟତା ନଥିବା ଓ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କୁ ଚୟନ ବିଭାଗରେ କିପରି ନିଆଯାଇଛି ବୋଲି ପ୍ରଶ୍ନ ଉଠିଛି । ସେମାନେ ମନ ମୁତାବକ ନିଷ୍ପତ୍ତି ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବବି ଇସଲାମ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.