ETV Bharat / city

ଦେଶରେ ପ୍ରଥମ: ଲୋକସେବାକୁ ଡିଜିଟାଇଜେସନ୍ କଲା ଓଡିଶା, ଲଞ୍ଚ ହେଲା ୱେବ ପୋର୍ଟାଲ - www.opsc.gov.in ଉଦଘାଟିତ

ଓପିଏସସି ଜରିଆରେ ପରୀକ୍ଷା ଦେଉଥିବା ପରିକ୍ଷାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର । ପରୀକ୍ଷା ସମ୍ପର୍କିତ କୌଣସି ତଥ୍ୟ ବା ସୂଚନା ପାଇଁ ଆଉ ଓପିଏସସି କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ । ବରଂ ଘରେ ବସି ଏ ବାବଦ ସୂଚନା ପାଇ ପାରିବେ ପରିକ୍ଷାର୍ଥୀ । କାରଣ ନିଜ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ସହ ତ୍ବରିତ ବେଗରେ କାର୍ଯ୍ୟ କରିବା ପାଇଁ ଏକ ଓ୍ବେବ ପୋର୍ଟାଲ(www.opsc.gov.in) ଲଞ୍ଚ କରିଛି ଓପିଏସସି ।

aa
ଲୋକସେବାକୁ ଡିଜିଟାଲ କରିବାରେ ପ୍ରଥମ ଓଡିଶା
author img

By

Published : Feb 5, 2020, 11:16 PM IST

କଟକ: ଓପିଏସସି ଜରିଆରେ ପରୀକ୍ଷା ଦେଉଥିବା ପରିକ୍ଷାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର । ସ୍ବଚ୍ଛ ତଥା ଦୃତ ପରିଚାଳନା କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛି ଓଡିଶା ଲୋକସେବା ଆୟୋଗ ବା ଓପିଏସସି । ଆୟୋଗ ନିଜର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ କରିଛି । ଫଳରେ ସମ୍ପୂର୍ଣ୍ଣ ଡିଜିଟାଇଜେସନ କ୍ଷେତ୍ରରେ ଓପିଏସସି ଦେଶର ପ୍ରଥମ ଲୋକସେବା ଆୟୋଗରେ ପରିଣତ ହୋଇଛି । ଏହି ବ୍ୟବସ୍ଥା ଦ୍ବାରା ପରିକ୍ଷାର୍ଥୀଙ୍କ ଆବେଦନ ଠାରୁ ଫଳ ପ୍ରକାଶ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ଅନଲାଇନ କରାଯାଇଛି । ଯାହା ଦ୍ବାରା ପୂର୍ବ ଅପେକ୍ଷା ଖାଲି ପଡିଥିବା ସରକାରୀ ପଦବୀ ଗୁଡିକ ବହୁତ କମ ଦିନ ମଧ୍ୟରେ ପୁରଣ ହୋଇପାରିବ ବୋଲି କହିଛି ଓପିଏସସି ।

ଲୋକସେବାକୁ ଡିଜିଟାଲ କରିବାରେ ପ୍ରଥମ ଓଡିଶା

ଏଣିକି ପରୀକ୍ଷା ସମ୍ପର୍କିତ କୌଣସି ତଥ୍ୟ ବା ସୂଚନା ପାଇଁ ଆଉ ଓପିଏସସି କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ । ବରଂ ଘରେ ବସି ଏ ବାବଦ ସୂଚନା ପାଇ ପାରିବେ ପରିକ୍ଷାର୍ଥୀ । କାରଣ ନିଜ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ସହ ତ୍ବରିତ ବେଗରେ କାର୍ଯ୍ୟ କରିବା ପାଇଁ ଏକ ଓ୍ବେବ ପୋର୍ଟାଲ ଉଦଘାଟିତ କରିଛି ଓପିଏସସି । ଓ୍ବେବ ପୋର୍ଟାଲ www.opsc.gov.in ରେ ସି.ଏସ.ଏମ.ଏସ ବା Comprehensive Selection Management Systemକୁ ବୁଧବାର ଠାରୁ ଅପଗ୍ରେଡ କରାଯାଇଛି । ଏହି ବ୍ୟବସ୍ଥା ଫଳରେ ଓପିଏସସିର ସମ୍ପୂର୍ଣ୍ଣ ପ୍ରକ୍ରିୟା ଡିଜିଟାଇଜେସନ ହୋଇଥିବା ସୂଚନା ଦେଇଛନ୍ତି ଆୟୋଗର ଅଧ୍ୟକ୍ଷ ।

କେବଳ ପରିକ୍ଷାର୍ଥୀ ନୁହଁନ୍ତି ବରଂ ଏହି ବ୍ୟବସ୍ଥାରେ ସମସ୍ତ ସରକାରୀ ବିଭାଗ ଓ ପରୀକ୍ଷା ପରିଚାଳନା କରୁଥିବା କର୍ତ୍ତୃପକ୍ଷ ମଧ୍ୟ ଓପିଏସସି ସହିତ ସିଧାସଳଖ ଯୋଡି ହେବେ । ଫଳରେ ସୂଚନା ଆଦାନ ପ୍ରଦାନ, ପ୍ରଶ୍ନ, ନକଲ ସମ୍ପର୍କିତ ମୂଳ ଦଲିଲ୍ ଓ ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ । ଏହାସହ ପ୍ରଥମ ଥର ନିଜ ନାମକୁ ପଞ୍ଜୀକରଣ କରିବା ସମୟରେ ଆବେଦନକାରୀଙ୍କୁ ଏକ ୟୁନିକ ଆକାଉଣ୍ଟ ନମ୍ବର ମଧ୍ୟ ପ୍ରଦାନ କରାଯିବ । ସିଏସଏମଏସରେ ଲଗ ଇନ୍ କରି ସମ୍ପୃକ୍ତ ଆବେଦନକାରୀ ପରୀକ୍ଷାରେ କେତେ ନମ୍ବର ହାସଲ କଲେ ଏବଂ ଅନ୍ୟ କେଉଁ ପଦବୀ ପାଇଁ ଆୟୋଗ ବିଜ୍ଞାପନ ପ୍ରକାଶ କରିଛନ୍ତି ସେନେଇ ସବିଶେଷ ବିବରଣୀ ପାଇପାରିବେ । ଏହାସହ ପରବର୍ତ୍ତୀ ସମୟରେ ଅନ୍ୟ ପଦବୀ ଗୁଡିକ ପାଇଁ ମଧ୍ୟ ଆବେଦନ କରି ପାରିବେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ସ୍ବଚ୍ଛ ତଥା ଦୃତ ପରିଚାଳନା କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛି ଓଡିଶା ଲୋକ ସେବା ଆୟୋଗ ବା ଓପିଏସି । ନିଜର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ କରିଛି ଆୟୋଗ । ଫଳରେ ସମ୍ପୂର୍ଣ୍ଣ ଡିଜିଟାଇଜେସନ କ୍ଷେତ୍ରରେ ଓପିଏସସି ଦେଶର ପ୍ରଥମ ଲୋକ ସେବା ଆୟୋଗରେ ପରିଣତ ହୋଇଛି । ଏହି ବ୍ୟବସ୍ଥା ଦ୍ବାରା ପରିକ୍ଷାର୍ଥୀଙ୍କ ଆବେଦନ ଠାରୁ ଫଳ ପ୍ରକାଶ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅନଲାଇନ୍ କରାଯାଇଛି । ଏହା ଦ୍ବାରା ପୂର୍ବ ଅପେକ୍ଷା ଖାଲି ପଡିଥିବା ସରକାରୀ ପଦବୀ ଗୁଡିକ ବହୁତ କମ୍ ଦିନ ମଧ୍ୟରେ ପୁରଣ ହୋଇ ପାରିବ ବୋଲି କହିଛି ଓପିଏସସି ।

ଓପିଏସସି ଜରିଆରେ ପରିକ୍ଷା ଦେଉଥିବା ପରିକ୍ଷାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର । ଏଣିକି ପରିକ୍ଷା ସମ୍ପର୍କିତ କୌଣସି ତଥ୍ୟ ବା ସୁଚନା ପାଇଁ ଆଉ ଓପିଏସସି କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ । ବରଂ ଘରେ ବସି ଏ ବାବଦ ସୁଚନା ପାଇ ପାରିବେ ପରିକ୍ଷାର୍ଥୀ । କାରଣ ନିଜ ବ୍ୟବସ୍ଥାରେ ସ୍ବଚ୍ଛାତା ଆଣିବା ସହ ତ୍ବରିତ ବେଗରେ କାର୍ଯ୍ୟ କରିବା ପାଇଁ ଏକ ଓ୍ବେବ ପୋଟାଲ ଆଜି ଉଦଘାଟିତ କରିଛି ଓପିଏସସି । ଓପସଏସସିର ଓ୍ବେବ୍ ପୋଟାଲ www.opsc.gov.in ରେ ସି.ଏସ.ଏମ.ଏସ ବା Comprehensive Selection Management Systemକୁ ଆଜି ଠାରୁ ଅପଗ୍ରେଡ୍ କରାଯାଇଛି । ଏହି ବ୍ୟବସ୍ଥା ଫଳରେ ଓପିଏସସିର ସମ୍ପୂର୍ଣ୍ଣ ପ୍ରକ୍ରିୟା ଡିଜିଟାଇଜେନ୍ ହୋଇଥିବା ସୁଚନା ଦେଇଛନ୍ତି ଆୟୋଗର ଅଦ୍ଧକ୍ଷ ।

କେବଳ ପରିକ୍ଷାର୍ଥୀ ନୁହଁନ୍ତି ବରଂ ଏହି ବ୍ୟବସ୍ଥାରେ ସମସ୍ତ ସରକାରୀ ବିଭିଗ ଓ ପରିକ୍ଷା ପରିଚାଳନା କରୁଥିବା କତ୍ତୃପକ୍ଷ ମଧ୍ୟ ଓପିଏସସି ସହିତ ସିଧାସଳଖ ଯୋଡି ହେବେ । ଫଳରେ ସୁଚନା ଆଦାନ ପ୍ରଦାନ, ପ୍ରଶ୍ନ, ନକଲ ସମ୍ପର୍କିତ ମୂଳ ଦଲିଲ୍ ଓ ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ । ଏହା ସହ ପ୍ରଥମ ଥର ନିଜ ନାମକୁ ପଞ୍ଜିକରଣ କରିବା ସମୟରେ ଆବେଦନକାରୀଙ୍କୁ ଏକ ୟୁନିକ ଆକାଉଣ୍ଟ ନମ୍ବର ମଧ୍ୟ ପ୍ରଦାନ କରାଯିବ । ଏବଂ ସିଏମଏସରେ ଲଗଇନ୍ କରି ସମ୍ପୃକ୍ତ ଆବେଦନକାରୀ ପରିକ୍ଷାରେ କେତେ ନମ୍ବର ହାସଲ କଲେ
ଏବଂ ଅନ୍ୟ କେଉଁ ପଦବୀ ପାଇଁ ଆୟୋଗ ବିଜ୍ଞାପନ ପ୍ରକାଶ କରିଛନ୍ତି ସେନେଇ ସବିଶେଷ ବିବରଣୀ ମଧ୍ୟ ପାଇ ପାରିବା ସହ ପରବର୍ତ୍ତି ସମୟରେ ଅନ୍ୟପଦବୀ ଗୁଡିକ ପାଇଁ ମଧ୍ୟ ଆବେଦନ କରି ପାରିବେ ।

ବାଇଟ- ବ୍ରିଗେଡିୟର ଏଲ ସି ପଟ୍ଟନାୟକ, ଅଦ୍ଧକ୍ଷ, ଓପିଏସସି
Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.