କଟକ: ଦିନକୁ ଦିନ ସହରରେ ବଢିଚାଲିଛି ବେଆଇନ ଭାବେ ବ୍ରାଉନସୁଗାର ବ୍ୟବସାୟ । ଯାହାକୁ ନେଇ କରୁଥିବା ଜଣେ ଯୁବକକୁ ଗିରଫ କରିଛି ମର୍କତନଗର ଥାନା ପୋଲିସ । ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ଦିବ୍ୟଜ୍ୟୋତି ସାହୁ । ତାଙ୍କ ଘର ସିଡିଏ ଅଞ୍ଚଳରେ ।
ଖବରପାଇ ମର୍କତନଗର ଥାନା ପୋଲିସ ଦିବ୍ୟଜ୍ୟୋତିଙ୍କ ଘରେ ଚଢାଉ କରିଥିଲା । ତାଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର, ଗୋଟିଏ ବାଇକ, ୨ଟି ମୋବାଇଲ ଓ ୫ ହଜାର ୨୮୦ ଟଙ୍କା ଜବତ କରିଛି ପୋଲିସ । ଏଥିସହ ତାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ପୋଲିସ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ