ETV Bharat / city

ପ୍ରେରଣାର ଉତ୍ସ ପଟ୍ଟନାୟକ ପରିବାର, ପରିଣତ ବୟସରେ ବି ପାଳନ ହୁଏ ଜନ୍ମଦିନ-ବିବାହ ବାର୍ଷିକୀ - cuttack latest news

ପ୍ରତ୍ୟେକ ଦିନ ଖବର କାଗଜ, ଟିଭିରେ ପିତାମାତାଙ୍କୁ ଅଣଦେଖାର ଚିତ୍ର ସମ୍ନାକୁ ଆସୁଛି । ଯାହା ସମସ୍ତଙ୍କୁ କରିଥାଏ ବ୍ୟଥିତ । କିନ୍ତୁ ସିଲଭର ସିଟିରେ ତାହାର ଠିକ ଓଲଟା ଚିତ୍ର ସମ୍ନାକୁ ଆସିଛି । ପରିଣତ ବୟସରେ ପିତା ମାତାଙ୍କ ଜନ୍ମଦିନ ଓ ବିବାହ ବାର୍ଷିକୀକୁ ବେଶ ଧୁମଧାମରେ ପାଳନ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଅଧିକ ପଢନ୍ତୁ...

marriage anniversarry celebreate by her family in cuttack
ସିଲଭରସିଟିର ମହାନ ପିତାମାତା
author img

By

Published : Feb 15, 2021, 10:20 PM IST

Updated : Feb 15, 2021, 10:29 PM IST

କଟକ: ପ୍ରତ୍ୟେକ ଦିନ ଖବର କାଗଜରେ ହେଉ କିମ୍ବା ଟେଲିଭିଜନ ମାଧ୍ୟମରେ ହେଉ ପିତାମାତାଙ୍କୁ ଅଣଦେଖାର ଚିତ୍ର ସମ୍ନାକୁ ଆସିଥାଏ । ଯାହା ସମସ୍ତଙ୍କୁ କରିଥାଏ ବ୍ୟଥିତ । କିନ୍ତୁ ସିଲଭରସିଟିରେ ତାହାର ଠିକ ଓଲଟା ଚିତ୍ର ସମ୍ନାକୁ ଆସିଛି । ଉତ୍ତମାପୁର ଅଞ୍ଚଳରେ ଥିବା ପଟ୍ଟନାୟକ ପରିବାର ଓଡିଶା ପାଇଁ ସାଜିଛି ଏକ ଅନନ୍ୟ ଉଦାହରଣ । ପରିଣତ ବୟସରେ ପାଦ ଦେଇଥିବା ପିତାମାତାଙ୍କୁ ଭଗବାନଙ୍କ ଭଳି ସେବା କରୁଛନ୍ତି । ସମସ୍ତ ସେବା ଠୁ ଆରମ୍ଭ କରି ଜନ୍ମଦିନ ଓ ବିବାହ ବାର୍ଷିକୀକୁ ବେଶ ଧୁମଧାମରେ ପାଳନ କରନ୍ତି ସମସ୍ତ ପିଲାମାନେ ।

ସିଲଭରସିଟିର ମହାନ ପିତାମାତା

ସିଲଭରସିଟିର ଭାଗ୍ୟବାନ ପିତାମାତା । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଆପଣ ଜାଣିଲେ ମଧ୍ୟ ଖୁସିରେ ହୋଇପଡିବେ ଆତ୍ମହରା । କଟକ ଉତ୍ତମାପୁରରେ ରହିଛି ଏପରି ଏକ ପରିବାର ଯାହା ସାରା ଓଡିଶାକୁ ଦେଉଛି ସୁବାର୍ତ୍ତା । ବାପା ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ବୟସ 94 ଓ ମାତା ଅନୁସୟାଙ୍କ ବୟସ 88 ବର୍ଷ । 1955 ମସିହା ଫ୍ରେବୁଆରୀ ମାସ 15 ତାରିଖ ବିବାହ ପରେ ନିଜର ସ୍ବତନ୍ତ୍ର ଆଦର୍ଶ ଗଢ଼ିଥିଲେ ଶରତ ଅନୁସୟା । ସମୟ ଗଡ଼ିବା ସହିତ ନିଜ ପରିବାରକୁ ମଧ୍ୟ ବେଶ ସୁଚାର ରୂପେ ଗଢ଼ିଥିଲେ ଉଭୟେ । ଯାହା ଅଞ୍ଚଳବାସୀଙ୍କ ପାଇଁ ଏକ ଆଦର୍ଶର କେନ୍ଦ୍ରବିନ୍ଦୁ । ଏହାରି ଭିତରେ ବିତି ଯାଇଛି 66 ବର୍ଷ । ପରିଣତ ବୟସରେ ମଧ୍ୟ ଉପନୀତ ହୋଇଛନ୍ତି ଉଭୟେ । କିନ୍ତୁ ଏହି ବୟସର କଷ୍ଟ ଲିଭି ଯାଇଛି ପିଲା ମାନଙ୍କ ଭଲ ପାଇବା ଓ ସ୍ନେହ ଆଦର ମଧ୍ୟରେ। ନିଜ ପିଲା ମାନଙ୍କ ଏପରି ଆଚରଣ ପାଇଁ ଉଭୟେ ବେଶ ଗର୍ବିତ। କାରଣ ବର୍ତ୍ତମାନ ସମୟରେ କିଛି ପିଲା ମାନେ ନିଜର ପିତାମାତାଙ୍କ ପରିଣତ ବୟସକୁ ବୋଝ ବୋଲି ଭାବି ନିଜଠୁ ଦେଇଥାନ୍ତି ଦୁରେଇ । ସେହି ସମୟରେ ଅନେକ କରୁଣର ଚିତ୍ର ସମ୍ନାକୁ ଆସିଥାଏ । ଏମିତି ପ୍ରିତିହିତ ହୁଏ ଯେପରି ସନ୍ତାନ ଜନ୍ମ କରିବା କଣ ପାପ । କିନ୍ତୁ ଏହାରି ଭିତରେ ପଟ୍ଟନାୟକ ପରିବାରର ଅନାବିଳ ଭଲ ପାଇବା ପିତୃ ମାତୃ ଭକ୍ତି ନିଶ୍ଚୟ ରୂପେ ନିଜ ପରିବାର ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛି ।

ଏକ ବଡ଼ ଯୌଥ ପରିବାର ଠିକଣା ଉତ୍ତମାପୁରର ପଟ୍ଟନାୟକ ପରିବାର । ନିଶ୍ଚିତ ଭାବରେ ଏହି ପରିବାରର ଶିକ୍ଷା ଯଦି ସେହି ପିଲା ମାନଙ୍କ ଉପରେ ପଡେ ଯେଉଁମାନେ ନିଜର ପିତାମାତା ହତାଦର କରି ବୃଦ୍ଧାଆଶ୍ରମରେ ଛାଡି ଆସୁଛନ୍ତି ତାହାଲେ ନିଶ୍ଚିତ ଯେ ଆଗମୀ ଦିନରେ ଅନେକ ବୃଦ୍ଧାଶ୍ରମରେ ଝୁଲିବ ତାଲା ଓ ଏକ ସୁସ୍ଥ ସମାଜ ମଧ୍ୟ ହୋଇପାରିବ ଗଠନ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

Last Updated : Feb 15, 2021, 10:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.