କଟକ: ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ହେବ (Odisha Secondary School Teacher Eligibility Test) OSSTET ପରୀକ୍ଷା। ମୋଟ ୭୨ ହଜାର ୨୮୨ ଜଣ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା ।

ଏଥି ପାଇଁ ସାରା ରାଜ୍ୟରେ ୩୩୮ ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ସକାଳ ୯ ଟାରୁ ୧୧ ଟା ୩୦ ରେ ପେପର- ୧ ପରୀକ୍ଷା ହେବ। ଅପରାହ୍ନ ୧ ଟାରୁ ୩ ଟା ୩୦ ଯାଏ ଚାଲିବ ପେପର- ୨ ପରୀକ୍ଷା। ପରୀକ୍ଷାର୍ଥୀ ମାନେ ବୋର୍ଡ ୱେବସାଇଟରୁ ସେମାନଙ୍କ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଆଜି ସନ୍ଧ୍ୟା ରୁ ଏହି ଆଡମିଟ କାର୍ଡ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ