ETV Bharat / city

Ranji Trophy: ବଞ୍ଚାଇ ଦେଲେ ରାଜେଶ-ଶାନ୍ତୁନୁ, ଗୋଆ-ଓଡ଼ିଶା ମ୍ୟାଚ୍‌ ଡ୍ର

ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ପରାଜୟରୁ ଅଳ୍ପେକ ବର୍ତ୍ତିଲା ଓଡ଼ିଶା । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ 'ବି' ଗ୍ରାଉଣ୍ଡରେ ଗୋଆ ଓ ଓଡ଼ିଶା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଡ୍ର' ଭାବରେ ଶେଷ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Feb 20, 2022, 10:15 PM IST

Ranji Trophy: ବଞ୍ଚାଇ ଦେଲେ ରାଜେଶ-ଶାନ୍ତୁନୁ, ଗୋଆ-ଓଡ଼ିଶା ମ୍ୟାଚ୍‌ ଡ୍ର
Ranji Trophy: ବଞ୍ଚାଇ ଦେଲେ ରାଜେଶ-ଶାନ୍ତୁନୁ, ଗୋଆ-ଓଡ଼ିଶା ମ୍ୟାଚ୍‌ ଡ୍ର

କଟକ: ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ପରାଜୟରୁ ଅଳ୍ପେକ ବର୍ତ୍ତିଲା ଓଡ଼ିଶା । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ 'ବି' ଗ୍ରାଉଣ୍ଡରେ ଗୋଆ ଓ ଓଡ଼ିଶା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଡ୍ର' ଭାବରେ ଶେଷ ହୋଇଛି । ଏଲିଟ ଗ୍ରୁପ ଡି'ର ଖେଳାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା । ଶେଷ ଦିନରେ ରାଜେଶ ଧୂପର ଅର୍ଦ୍ଧଶତକୀୟ ଓ ଶାନ୍ତନୁ ମିଶ୍ରଙ୍କ ଶତକୀୟ ପାଳି ଓଡ଼ିଶାକୁ ପରାଜୟରୁ ବଞ୍ଚାଇ ଦେଇଛି ।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିବା ଓଡ଼ିଶା ବିପକ୍ଷ ଗୋଆକୁ ପ୍ରଥମେ 181 ରନ୍‌ରେ ଅଲଆଉଟ କରିଥିଲା । ଦଳ ପକ୍ଷରୁ ବସନ୍ତ ମହାନ୍ତି ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିବା ବେଳ ଅଭିଷେକ ରାଉତ 2ଟି ୱିକେଟ ନେଇଥିଲେ । ଜବାବରେ ଓଡ଼ିଶା ପ୍ରଥମ ପାଳିରେ ଗୋଆଠାରୁ ଲିଡ୍‌ ହାସଲ କରିଥିଲା । ଦଳ ପକ୍ଷରୁ ରାଜେଶ ଧୂପରଙ୍କ ଅପରାଜିତ 71ରନ୍‌ ଦଳକୁ ଲିଡ ପ୍ରଦାନ କରିଥିଲା । ତେବେ ଦ୍ୱିତୀୟ ପାଳିରେ ଗୋଆ ଏକ ବିଶାଳ ସ୍କୋର୍‌ ଛିଡ଼ା କରିଥିଲା । ଦଳ 5 ୱିକେଟ ହରାଇ 394 ରନ୍‌ରେ ଦ୍ୱିତୀୟ ପାଳି ଘୋଷଣା କରିଥିଲା ।

387 ରନ୍‌ର ବିଜୟ ଲକ୍ଷ ନେଇ ଗ୍ରାଉଣ୍ଡ କୁ ଓଲ୍ହାଇଥିଲା ଓଡିଶା କ୍ରିକେଟ ଟିମ । ଓପନର ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ମିଶ୍ରଙ୍କ ଅର୍ଦ୍ଧଶତକୀୟ ଭାଗିଦାରୀ ମ୍ୟାଚ୍‌ ବିଜୟ ଆଶା ଉଜ୍ଜିବିତ ରଖିଥିଲା । ଏହାପରେ ଦଳ କ୍ରମାଗତ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଦଳ ପରାଜୟ ମୁହଁକୁ ଟାଣି ହୋଇ ଯାଉଥିଲା । ତେବେ ରାଜେଶ ଧୂପର ଓ ଶାନ୍ତନୁଙ୍କ ପାଳି ମ୍ୟାଚ୍‌କୁ ଡ୍ର' ରଖିବାରେ ସମର୍ଥ ହୋଇଥିଲା । ମ୍ୟାଚ୍‌ରେ ଭଲ ପଦର୍ଶନ କରିଥିବା ରାଜେଶ ଧୂପରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.