କଟକ: ଆଜି ସମଗ୍ର ଦେଶରେ ପାଳିତ ହେଉଛି ଶିଶୁ ଦିବସ । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଛାତ୍ରଛାତ୍ରୀଙ୍କୁ ନ୍ୟାୟ, ନୀତି, ନୈତିକତା ସହ ସମାନତାର ପାଠ ପଢାଇଥିବା ଦେଖିବାକୁ ମିଳିଛି ।
ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିଲା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ । କିନ୍ତୁ କଟକର ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଥିଲା ଏକ ସ୍ବତନ୍ତ୍ର ଦିନ । କାରଣ ପ୍ରଥମ ଥର ଲାଗି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଛାତ୍ରଛାତ୍ରୀଙ୍କୁ ପଢାଇଥିଲେ ନ୍ୟାୟ, ନିତି, ନୈତିକତା ସହ ସମାନତାର ପାଠ ।
ଯିଏ ଯେଉଁ କ୍ଷେତ୍ରରେ ନିଜ କ୍ୟାରିୟର କରନ୍ତୁ ନାଁ କାହିଁକି କିନ୍ତୁ ସାମ୍ବିଧାନିକ ମୂଲ୍ୟବୋଧକୁ ଧାରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟ ବିଚାରପତି । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବାର୍ତ୍ତାଳାପ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ବହୁମୂଲ୍ୟ ପରାମର୍ଶ ଗ୍ରହଣ କରିବାର ସୁଯୋଗ ମିଳିଥିବାରୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ବେଶ ଖୁସି ପ୍ରକାଶ କରିଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ