ETV Bharat / city

ଶିକ୍ଷକ ନିଯୁକ୍ତି ମାମଲା: ସମସ୍ତ ଆବେଦନ ଖାରଜ କଲେ ହାଇକୋର୍ଟ, ନିଯୁକ୍ତି ପାଇଁ ପଥ ପରିଷ୍କାର - ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟ ରାୟ

ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ମାମଲା । ଏନେଇ ଦାୟର ସମସ୍ତ ମାମଲାକୁ ଖାରଜ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଶିକ୍ଷକ ନିଯୁକ୍ତି ମାମଲା: ସମସ୍ତ ଆବେଦନ ଖାରଜ କଲେ ହାଇକୋର୍ଟ, ନିଯୁକ୍ତି ପାଇଁ ପଥ ପରିଷ୍କାର

author img

By

Published : Jul 22, 2022, 10:24 AM IST

କଟକ: ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ମାମଲା । ବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଗତବର୍ଷ ଡିସେମ୍ବର ୨୩ରେ ପ୍ରକାଶିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ସମସ୍ତ ତିନୋଟି ମାମଲାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ଖାରଜ କରିଛନ୍ତି । ଏହାସହିତ ନିଯୁକ୍ତି ପ୍ରକ୍ରିୟା ଉପରେ ପୂର୍ବରୁ ଥିବା ଅନ୍ତରୀଣ ଅଙ୍କୁଶକୁ ମଧ୍ୟ କୋର୍ଟ ହଟାଇଛନ୍ତି । ପୂର୍ବରୁ ହାଇକୋର୍ଟ ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟାର ଫଳାଫଳ ଅଦାଲତଙ୍କ ଅନୁମତି ବିନା ପ୍ରକାଶ ପାଇପାରିବ ନାହିଁ ବୋଲି ମେ ୧୯ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ । ତେବେ ମାମଲା ଖାରଜ ହେବା ପରେ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢିବା ପାଇଁ ଏବେ ବାଟ ଫିଟିଛି ।

ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ପଦବୀ ଆଧାରରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୧, ଡିସେମ୍ବର ୨୩ରେ ବିଜ୍ଞପ୍ତି ପ୍ରକାଶ କରାଯାଇ ୧୧,୪୦୩ଟି ପଦରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ପଷ୍ଟ କରାଯାଇଥିଲା । ଏହି ବିଜ୍ଞପ୍ତି ଓଡିଶା ରିଜରଭେସନ ଅଫ ଭାକାନ୍‌ସିଜ ଆକ୍ଟ ଅନୁସାରେ ହୋଇନଥିବା ଅଭିଯୋଗ ହୋଇଥିଲା । ଏଥିସହିତ କମ୍ପ୍ୟୁଟର ବେସଡ୍ ‌ ଟେଷ୍ଟ(ସିବିଟି) ପାଇଁ ପାସ୍ ମାର୍କ ଆଗୁଆ ଧାର୍ଯ୍ୟ କରାଯାଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ପରବର୍ତ୍ତୀ ସମୟରେ ପାସ୍ ମାର୍କ ଧାର୍ଯ୍ୟ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଥିବା ବେଳେ ଏହା କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପ ପାଇଁ ବାଟ ଫିଟାଇଥିଲା ।

ଏଥିସହିତ ସିବିଟି ପରିଚାଳନା ଦାୟିତ୍ବ କଳା ତାଲିକାଭୁକ୍ତ ସଂସ୍ଥାକୁ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏପରି କାରଣରୁ ବିଜ୍ଞପ୍ତି ରଦ୍ଦ କରାଯିବା ଉଚିତ୍ ଏବଂ ସ୍ବଚ୍ଛ ଓ ନିରପେକ୍ଷ ଉପାୟ ଅବଲମ୍ବନ କରାଯାଇ ନଥିବାରୁ ଅନୁଷ୍ଠିତ ପରୀକ୍ଷା ଓ ଫଳାଫଳକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀଙ୍କ ତରଫରୁ ହାଇକୋର୍ଟରେ ଦର୍ଶାଯାଇଥିଲା । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଦାୟର ହୋଇଥିବା ୩ଟି ମାମଲାକୁ ଖାରଜ କରିବା ସହ ଅନ୍ତରୀଣ ନିର୍ଦ୍ଦେଶନାମାକୁ ହଟାଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.