ETV Bharat / city

ଦିଲ୍ଲୀ ଅଗ୍ନିକାଣ୍ଡ ପରେ ସତର୍କତା ଜାରି କଲେ ରାଜ୍ୟ ଅଗ୍ନିଶମ ଡିଜି, କଡାକଡି କଲେ ନିୟମ

author img

By

Published : May 14, 2022, 5:39 PM IST

Updated : May 14, 2022, 7:00 PM IST

ଦିଲ୍ଲୀ ଅଗ୍ନିକାଣ୍ଡ ପରେ ସତର୍କ ହେଲା ଓଡ଼ିଶା ଅଗ୍ନିଶମ ବିଭାଗ । ଅଗ୍ନି ନିରାପତ୍ତା ନିୟମ କଡାକଡି ପାଳନ ପାଇଁ ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଦିଲ୍ଲୀ ଅଗ୍ନିକାଣ୍ଡ ପରେ ସତର୍କତା ଜାରିକଲେ ରାଜ୍ୟ ଅଗ୍ନିଶମ ଡିଜି

କଟକ: ଦିଲ୍ଲୀ ଅଗ୍ନିକାଣ୍ଡ ପରେ ସତର୍କ ହେଲା ଓଡ଼ିଶା ଅଗ୍ନିଶମ ବିଭାଗ । ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଲେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ । ରାଜ୍ୟର ସମସ୍ତ ଅଗ୍ନିଶମ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ବିଭିନ୍ନ ଅନୁଷ୍ଠାନର ଫାୟାର ସେଫ୍ଟି ଅଡିଡ୍ କରାଯିବା ସହ ହୋଟେଲ, ଲଜ, ଗେଷ୍ଟ ହାଉସ, ସିନେମା ହଲ, ଶିକ୍ଷାନୁଷ୍ଠାନ ଇତ୍ୟାଦିର ଜାଞ୍ଚ ହେବ । ସମସ୍ତ ଜିଲ୍ଲା ସ୍ବାସ୍ଥ୍ୟ ଚିକିତ୍ସାକେନ୍ଦ୍ର, କଲେକ୍ଟୋରେଟ୍ ଅଫିସ, ବହୁତଳ ବିଶିଷ୍ଟ ସରକାରୀ କୋଠରୀ ମଧ୍ୟ ଜାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ଅଗ୍ନିକାଣ୍ଡ ପରେ ସତର୍କତା ଜାରି କଲେ ରାଜ୍ୟ ଅଗ୍ନିଶମ ଡିଜି, କଡାକଡି କଲେ ନିୟମ

ସୂଚନା ଅନୁଯାୟୀ, ଗତକାଲି(ଶୁକ୍ରବାର) ସନ୍ଧ୍ୟା ସମୟରେ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ତିନି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି 27 ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଏକାଧିକ ବ୍ୟକ୍ତି ଗୁରୁତର ଏବଂ ସାମାନ୍ୟ ଆହତ ହୋଇଛନ୍ତି । କୋଠାରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏପରି ଏକ ବିରାଟ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 14, 2022, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.