କଟକ: ପ୍ରତି ମାସରେ ଥାନାକୁ ମିଳିବ କଣ୍ଟିଜେନ୍ସି ଫଣ୍ଡ । ଗ୍ରାମାଞ୍ଚଳ ଥାନାକୁ 20 ହଜାର, ସହରାଞ୍ଚଳ ଥାନାକୁ 30 ହଜାର ଓ କମିଶନରେଟ ପୋଲିସ ଅଧୀନରେ ଥିବା ପ୍ରତ୍ୟେକ ଥାନାକୁ ପ୍ରତି ମାସରେ 40 ହଜାର ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିବା ପରେ ଏହାକୁ ସ୍ବାଗତ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦେଶକ ବିଜୟ କୁମାର ଶର୍ମା ।
ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏହି ଫଣ୍ଡ ପ୍ରତି ଥାନା ମାନଙ୍କରେ ସ୍ବଚ୍ଛତା ଆଣିବ ବୋଲି କହିଛନ୍ତି । ଏହା ଦ୍ବାରା ପୋଲିସ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ