ETV Bharat / city

ଓସିଏରେ ଗଠନ ହେଲା 7 ଗୁରୁତ୍ୱପୂର୍ଣ୍ଣ କମିଟି - OCA latest News

ଓଡିଶା କ୍ରିକେଟ ଆସୋସିଏସନରେ ଗଠନ ହେଲା 7 ଗୁରୁତ୍ବପୂର୍ଣ୍ଣ କମିଟି । ଏହି କମିଟିର ଗଠନ କରିଛନ୍ତି ଉଭୟ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ସଭାପତି ପଙ୍କଜ ଲୋଚନ ମହାନ୍ତି । ଗତବର୍ଷ ଡିସେମ୍ବର 29ରେ ଓସିଏରେ ଅନୁଷ୍ଠିତ ହୋଇଥିବା ସାଧାରଣ ପରିଷଦ ବୈଠକରେ ହୋଇଥିବା ଚୂଡାନ୍ତ ନିଷ୍ପତି ଅନୁଯାୟୀ ବୁଧବାର ଏହି କମିଟି ଗଠନ କରାଯାଇଛି ।

odisha-cricket-association-formation-7-new-commite-as-per-genral-council-meeting
ଓସିଏରେ ଗଠନ ହେଲା 7 ଗୁରୁତ୍ୱପୂର୍ଣ୍ଣ କମିଟି
author img

By

Published : Mar 11, 2020, 11:59 PM IST

କଟକ: ଓଡିଶା କ୍ରିକେଟ ଆସୋସିଏସନରେ ଗଠନ ହେଲା 7 ଗୁରୁତ୍ବପୂର୍ଣ୍ଣ କମିଟି । ଏହି କମିଟିର ଗଠନ କରିଛନ୍ତି ଉଭୟ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ସଭାପତି ପଙ୍କଜ ଲୋଚନ ମହାନ୍ତି ।

odisha-cricket-association-formation-7-new-commite-as-per-genral-council-meeting
ଓସିଏରେ ଗଠନ ହେଲା 7 ଗୁରୁତ୍ୱପୂର୍ଣ୍ଣ କମିଟି

ଗତବର୍ଷ ଡିସେମ୍ବର 29ରେ ଓସିଏରେ ଅନୁଷ୍ଠିତ ହୋଇଥିବା ସାଧାରଣ ପରିଷଦ ବୈଠକରେ ହୋଇଥିବା ଚୂଡାନ୍ତ ନିଷ୍ପତି ଅନୁଯାୟୀ ବୁଧବାର ଏହି କମିଟିର ଗଠନ କରାଯାଇଛି । ତେବେ ଗଠନ ହୋଇଥିବା ସମସ୍ତ କମିଟି ମଧ୍ୟରେ ଫାଇନାନ୍ସ କମିଟି ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଏହାଛଡା ଟୁର୍ଣ୍ଣାମେଣ୍ଟ କମିଟି, ସମ୍ବିଧାନ ଓ ଅନୁବନ୍ଧନ କମିଟି, ଶୃଙ୍ଖଳା କମିଟି, ବର୍ଷ ସୂଚୀ , ଖେଳ ସୂଚୀ , ମଧ୍ୟସ୍ଥତା କମିଟି ଇତ୍ୟାଦିରେ 5ଟି ଲେଖାଁଏ ସଦସ୍ୟ ରହିଛନ୍ତି ।

ଓସିଏରେ ଗଠନ ହେଲା 7 ଗୁରୁତ୍ୱପୂର୍ଣ୍ଣ କମିଟି

ସେହିଭଳି କ୍ରିକେଟ ପରାମର୍ଶଦାତା କମିଟିରେ 3 ଜଣ ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ଆଗରେ ରହିଛନ୍ତି କିଶୋର ମାଣିଆ । ଏହାଛଡା ଏକମାତ୍ର କ୍ୟୁରେଟର କମିଟି ଭାବରେ ରହିଛନ୍ତି ପଙ୍କଜ ପଟ୍ଟନାୟକ । ତେବେ ସମ୍ପାଦକ, ସଭାପତି ଓ କୋଷାଧ୍ୟକ୍ଷ ଫାଇନାନ୍ସ କମିଟିର ଏକ୍ସ ଅଫିସିଓ ଭାବରେ ରହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.